
ଗଣତନ୍ତ୍ର (5) ସକାଳର ଖରା ଭାରି ଶୁନ୍ ଶାନ୍ ତା ସାଂଗକୁ ଆହୁରି ନିଛାଟିଆ ଲାଗେବିଛେଇହୋଇ ପଡିଥିବାଶୀତ ସକାଳର କୁଆସାକେଜାଣି କୋଉଠି ଅଘଟଣ ଘଟିନିତ ?ମିଛେଇ ମନର ଭାବନାରେଜୁଡୁ ବୁଡୁ ହୃଦୟଟାଛାଟ ପଟ ହେଉଛି କାଂହିକି ?ଶୁନ୍ୟ ସକାଳର ଛାତିଚିରିଯେମିତି ଭାସି ଆସୁଛି କାହାରଆର୍ତ ଚିତକାର୍ ...ମତେ ରକ୍ଷାକର ...ମତେ ରକ୍ଷାକରମନିଷ ମାଂସ ଖିଆ କବଳରୁ ...ନିରିହ ଝିଅ ଟିଏଅବଳା ,ଦୁର୍ବଳାଦୁନିଆ ଦେଖିବା ଆଗରୁଦେଖିବାକୁ ହୁଏ ଲଜ୍ଜାର ଦୁନିଆକେହିଜଣେ ଦୁର୍ବୁତ ଝାମ୍ପିନେଇଛିତାକୁ ତାର ଦୁନିଆରୁ ...ଆଦିମ ପିପାସାକୁ ମେନ୍ଟାଇବାକୁ ଯାଇଖିନ୍ ଭିନ୍ କରିଛି ଦେହକିଛି ଭାବିବା ଆଗରୁଆବିଷ୍କୃତ ହୁଏ ହସ୍ପିଟାଲରେଦେଖେ ବେଡର ଚାରିପାଖେ ଗଣମାଧ୍ୟମ ପ୍ରତିନିଧି ,ମହିଳା ସଂଗଠନ ପ୍ରତିନିଧି ,ପୋଲିସ ,ଆଉ ଅନେକ୍ ଲୋକକଣ କହିବ ସିଏ ?କାହାକୁ କହିବ ?ପୋଲିସ ତାକୁ ପଚାରୁଛିକିପରି କହିବ ସେ ଲଜ୍ଜାର କଥାଭାବୁ ଭାବୁ ମାଡିଆସେ ଘୋର୍ ଅନ୍ଧକାର୍ଆଖି ଚାରିପାଖେ କାୟା ବିସ୍ତାର କରି ...ମୁର୍ଛା ଯାଏ କ୍ଷଣିକରେ ...ସେହି ମନିଷ ରୁପି ବ୍ୟାଘ୍ର ରନଖ ରାମ୍ପୁଡା ଠାରୁଆହୁରି କଷ୍ଟ ,ଆହୁରି ଭୟାନକପୋଲିସ ଆଉ ଅନ୍ୟ ମାନନ୍କପ୍ରଶ୍ନର ଉତରଦେବା ...ପାରେନୀ ସେ ନିଜକୁ ...ଗୋଟିଏ ପ୍ରସ୍ପୁଟିତ କଳିକାଫଳରେ ପରିଣତ ହେବା ଆଗରୁବୃନ୍ତଚ୍ୟୁତ ହୁଏ ..ପ୍ରଶ୍ନଉଠେ ଏଠି ବାରମ୍ବାରକାଂହିକୀ ହୁଏ ଏମିତିଏହି କି ଆମର ସଭ୍ୟତା ?ଏହା କି ଆମର ଗଣତନ୍ତ୍ର ?ଏହାଦ୍ବାରା କ୍ଷୁର୍ଣ ହୁଏନିକିଆମର ଗଣତନ୍ତ୍ରର ଭାବନା ...
Comments
Loading comments…