Loading…
ଅଫିସରେ କାମ ଠପ୍ ହୋଇଯାଏ ବାପା ବୁଢାବାପା ବେମାର ବାହାନା କରିକି ଛୁଟିରେ ରହନ୍ତି ଜାଣି ପାରନ୍ତି ଅଫିସର । ଷ୍ଟାଡିୟମ ଗେଟ୍ ଖୋଲିବା ଆଗରୁ ଲମ୍ବା ଧାଡିରେ ଯାଆନ୍ତି କ୍ୟାମେରା କେଉଁଠି ଭଲରେ ପଡିବ ଜାଗାଟିଏ ବାଛି ନିଅନ୍ତି । ଟିକେଟ୍ ନପାଇ ବିଚରା ଥୋକାଏ ଟିଭି ପାଖେ ବସି ଯାଆନ୍ତି ଆମ ଦେଶ ଯଦି ହାରିଗଲା ଟିଭି ଭାଂଗି ଗୁଣ୍ଡା କରି ଦିଅନ୍ତି। ଚଉକା ଛକା କି ୱିକେଟ୍ ପଡିଲେ କିଳିକିଳା ରଡି ଛାଡନ୍ତି ସ୍ଥାନ କାଳ ପାତ୍ର ନିର୍ବିଶେଷେ ଘରଟାକୁ ଉଠାପକା କରନ୍ତି । ଜିତିଗଲେ ଆମ ଧୋନୀ ରୋହିତ ଶର୍ମା ବିରାଟ କୋହଲି ଧାବନ ହାରିଗଲେ- ଜଣାଥିଲା ଏମାନଙ୍କୁ ଦେଶରୁ ଦିଅ ନିର୍ବାଚସନ । ଖଡା ସିଝିବନି ଏମାନଙ୍କ ଦେଇ ବିଦା କର ୟାଙ୍କୁ ଗଜ ପାଣି ବୋତଲ କି ପାଉଚ୍ ଫୋପଡା ଯୋତା ଚପଲ ବି ସଜ ।
Comments
Loading comments…