Loading…
ଦେଶପ୍ରେମକୁ କରେ ଜାଗ୍ରତ ଖେଳ ନୁହେଁ ମହାସମର ଖେଳି ନ ପାରିଲେ ଖେଳାଳୀ ଏଠି ଶରବ୍ୟ ହୁଏ ତୀକ୍ଷ୍ଣ କଟାକ୍ଷର ଗାଳି ଶୁଣନ୍ତି ଆଉଟ୍ ହେଲେ ଜଲଦି ମୁଣ୍ଡେ ବସାନ୍ତି ପିଟିଲେ ଶହେ ସ୍କୋର । ଜାତୀୟ ହେଉ ବା ଅନ୍ତର୍ଜାତୀୟ ଖେଳ ଏ ସଭିଙ୍କ ପ୍ରିୟ, ନାହିଁ ଅଗୋଚର ଷ୍ଟାଡିୟମ ଗ୍ୟାଲେରୀରେ ହେଉ ଅବା ଘର ଟିଭି ପରଦାରେ ସମର୍ଥକଙ୍କ ବାଜେ ତାଳି ଚଉକା ଛକାରେ ନିଜ ଦଳରୁ କେ ଆଉଟ୍ ହେଲେ, ମୁଣ୍ଡେ ଦିଅନ୍ତି ହାତ ଆଜିକାଲି ଆଇ ପି ଏଲ ରେ ଚିୟର ଗାର୍ଲ ଏସବୁ ଆବେଗକୁ ମାରିଲେଣି ନାତ ।
Comments
Loading comments…