Loading…
ପଡିଆରେ ଥିବେ ଲୋକ, ହୋଇ ନାନା ବେଶ, କିଏ ପିନ୍ଧିଛି ମୁଖା ତ, କାହା ରଙ୍ଗୀନ କେଶ ; କାହାର ନକଲି ଦାଢ଼ି ତ, କିଏ ମୋଡ଼ୁଛି ନିଶ, ସମର୍ଥକ ଭାବେ ସଦା, ହାରିବାର ନାହିଁ ଲେଶ l (୩) ହୋଇଲେ ଚଉକା ଛକା, ହେଉଥିବେ ଉଠ ବସ, ଛାଡ ନା ଦିନେବି ଖେଳ, ଯାଅ ଟି.ଭି. ଖୋଲି ବସ ; ଲାଗିଛନ୍ତି ରଖିବାକୁ ସବୁ, ନିଜ ଦେଶର ଯଶ, କରିବେ କେମିତି ବିରୋଧୀ, ଯୋଜନାକୁ ନାଶ l (୪) କେବେ ପିଚ୍ ମାଟିଆ ତ, କେବେ ଛୋଟ ଘାସ, ଯେବେ ଉଇକେଟ୍ ମରୁଡ଼ି, ତେବେ ରନ୍ ର ଚାଷ ; ସୁଇଂଗ୍ ପାଇଁ ପିନ୍ଧା ଜାମାରେ, ବଲ୍ ଧରି ଘଷ, ସହଜ ନୁହେଁ ବୁଝିବା, ସ୍ପିନ୍ ବୋଲିଂର ଫାସ l (୫) ହାରୁଥିଲେ ନିଜ ଦେଶ, ଯଦି ନାହିଁ ଆଉ ଆଶ, କରନା ଅପଚୟ ପୁଣି, କରି ସମୟ ନିବେଶ ;
Comments
Loading comments…