ହିସାବ ଅଡ଼ୁଆ ଛିଣ୍ଡିଗଲେ ସେ ବ୍ୟବସାୟରେ ଆଉ କଅଣ ମଜା ରହିଯାଏ ଯେ ! ମୁଣ୍ଡ ନୁଆଇଁ ଆଣି ଅଛିଣ୍ଡା ବାକି ଉପରେ ଆହୁରି ବାକି ଚଢେଇ ଦିଏ "ଅନଧିକୃତ ! ଭୁଲ ଭୁଲ !" କହି ଗର୍ଜି ଉଠ ମୁଁ ତତ୍ କ୍ଷଣାତ କହି ବସେ "ଯଦି ଭୁଲ, ତା ହେଲେ ଫେରେଇ ଦିଅ ସେ ଚୁମ୍ବନ କେଇଟି ଯାହା ଏବେ ଦେଲି" ଗମ୍ଭୀର ହୁଅ ତୁମେ ମୁହଁର ଦ୍ରାଘିମା ନିଶ୍ଚଳ ରଖି କହି ଦିଅ "ବହୁତ ଚାଲାକ ତୁମେ"
Loading comments…