ପ୍ରେମ ବଗିଚାର ସଜଫୁଟା ଫୁଲ ତୁମ ଦେହେ ଦିଏ ଛୁଇଁ, କାକର ବିନ୍ଦୁର ସୁନେଲି କିରଣ ଝଟକେ ତୁମରି ପାଇଁ । ଝରକା ଫାଙ୍କରୁ ତୁମ ପାଦ ଚିହ୍ନ ସହଜରେ ବାରି ହୁଏ, ପାଉଁଜି ତୁମର ପ୍ରେମ ରାଗସୁରେ ମନ ମୋର କିଣି ନିଏ । କାନର କୁଣ୍ତଳ ସତେ କି'ମୋତେ ହାତ ଠାରି ଡାକୁଥାଏ ? ଓଠ ସିନା ତୁମ ମୁଦିତ ନିରବ ଆଖି କଥା କହୁଥାଏ । ପ୍ରେମର ସାଗରେ ମୋତିଟିଏ ତୁମେ ମୁଁ ତୁମ ଶାମୁକାଟିଏ, ତୁମେ ହେଲେ ଛବି ମୁଁ ତୁମ ଛାଇ ତୁମେ ମୋ ଜୀବନ ଟିଏ ।
Loading comments…