ଝିଅଟି ନିତି କହୁଥାଏ ତୁମେ ଯେମିତି ବି ହୁଅ ଯେଉଁଠି ବି ଥାଅ ଭଲରେ ରହିଥାଅ । ମୋ ପାଖରେ ରହି ନିତି ଖାଉଥିଲ ଉକୁଣି ଖୋଜୁଥିଲ ଠାରରେ କଥା କହି ବୁଝାଉଥିଲ ତୁମେ । ମାଙ୍କଡଟି ବି ଦୂରରେ ଥାଇ ଝୁରୁଥାଏ କହୁଥାଏ ପ୍ରଭୁ ହେ ମୋ ସାନ୍ତାଣୀଙ୍କୁ କଷ୍ଟ ଜମା ଦିଅନା ଭଲରେ ରଖିଥାଅ ଭଲ ବର ଦିଅ ଭଲ ଘର ଦିଅ । ଫନି ବାତ୍ୟା କିନ୍ତୁ ପୁଣି ଦୁହିଁଙ୍କୁ ଏକାଠି କଲା ଦୁହିଁଙ୍କର ସତେ ଯେପରି ଅନେକ କଥା ବାକି ଅଛି ପାହାଡ ତଳେ ବସି ଦୁହେଁ ଖିଲିଖିଲି ହସୁଥାନ୍ତି । ଏଇତ ସ୍ନେହର ଡୋରି ଦୁହେଁ ଦୁହିଁଙ୍କୁ ଆପଣା କରି ଗପିଚାଲନ୍ତି ପ୍ରତିଟି ଘଟଣା ମୁହାଁମୁହିଁ ହୋଇ ଲୁଚିଲୁଚିକା ।
Loading comments…