ସମୟର ଇସାରାରେ ନୀରବ ସଙ୍ଗୀତ ଗାଇଛି ପ୍ରଖର ସୁଅରେ ଅସ୍ତିତ୍ଵକୁ ଜାବେଡି ଧରିଛି। ତୁମ ଆଶ୍ଲେଷଟିଏ ପାଇଁ ପାଣିରେ ପ୍ଲାବିତ ହୋଇ ପିପାସା ମୁଁ, କୋଳାହଳ ପାଇଁ ତଥାପି ଶୁନଶାନ୍ ନଈପଠାଟିରେ ଅନେକ ଦେଖିଛି.... କେବେ ସକାଳର ସୁନେଲି ପ୍ରୀତିକୁ କେବେ ଜ୍ୟୋସ୍ନାସିକ୍ତ ମଉନ ରାତିକୁ ବସନ୍ତର ମୃଦୃ ସମୀରଣ ଦ୍ବିପ୍ରହରର ନିଷ୍ଠୁର କଷଣ ନିରେଖି ମୁଁ ଦେଖିପାରେ ଅନୁତପ୍ତେ ତୁମ ଫେରାବାଟ ଅନ୍ତରର ତଳେ ମୋର କେତେ କୋହ,ବାନ୍ଧିଛି ଜମାଟ।
Loading comments…