StoryMirror - Read, Write, Share & Repeat- କପଡ଼ା ଦୋକାନୀ ପୁଅ ଆଇ.ଏ.ଏସ୍.Satyaprakash Sethy, M. A(UGC NET) · 8 min read · 196 readsକେତେବେଳେ କେମିତି ଉପର କ୍ଲାସରେ ପଢୁଥିବା କୋଉ ବଡ଼ ଭାଇ ଓ ଚିହ୍ନା ଜଣା ଲୋକକୁ ପାଠ ପଚାରି ହୁଏ। କିଛି ସାହାଯ୍ୟ ନପାଇଲେ ଗାଇଡ୍ ର ସାହାଯ୍ଯ ନିଏ।Inspirational
- ଦୃଢ ବିଶ୍ବାସକୃଷ୍ଣ ପ୍ରିୟା ମହାପାତ୍ର · 7 min read · 154 readsଅନେକ ସଂଘର୍ଷ ଆଉ ପରିଶ୍ରମର ଫଳ ସ୍ୱରୂପ ତାକୁ ଭଗବାନ ତାର ଲକ୍ଷ୍ୟ ପ୍ରାପ୍ତି କରେଇ ପ୍ରମାଣ କରିଦେଇଥିଲେAbstract
- ଏ ଜୀବନେ ଫୁଲଟିଏ...Aniruddha Samantara · 2 min read · 7.3K reads"ରେ ମଣିଷ ! ଯେବେ ମୋ ସଜ ଶରୀରରେ ଶୋଇ ରାତି ବିତାଇଥିଲୁ ତାହା ତୋ ପ୍ରଥମ ରାତ୍ର ହୋଇପାରେ, ହେଲେ ଦେଖ, ଆଜି ମୁଁ ତୋ ଶରୀର ଉପରେ ଆଉ ଆଜି ତ ଶେଷରାତ୍ର l ପୁଣି ବହୁତ ପ୍ରଶ୍ନ କରୁଥିଲୁନା ମୋ ସ୍ଥିତିକୁ ନେଇ, ଏବେ ଦେଖ ତୋ ଅବସ୍ଥା, ତୋ ସ୍ଥିତି ? ଆଜି ମୁଁ ଜୀବିତ, ଆଉ ତୁ ମୃତ | ଆଜି ମୁଁ ଅଛି, ଆଉ ତୁ ନାହୁଁ | ଆଜି ମୁଁ ସଜ, ଆଉ ତୁ ବାସି l ତୁ ଅପବିତ୍ର, ଆଉ ମୁଁ ପବିତ୍ର, ପୂଜ୍ୟ, ଶlଶ୍ୱତ l"Others
- ସମାଧାନPramod Kumar Jena · 3 min read · 487 readsଶେଷରେ ଜଣେ ଟିକେ ଚିନ୍ତା କରି କହିଲା, ଆରେ ମୁଁ ଭାବୁଛି ତାଙ୍କ ଡାକ ନାଁ ଜେଜେମାଆ ଆଉ ସ୍କୁଲ୍ ନାଁ ଆଇ lInspirational

ଆଇ ଆମ ସରିSubrat Kumar Muduli · 1 min read · 7.4K readsସତ କହୁଛି ତମକୁ ଛାଡି ମୁଁ ବଞ୍ଚି ପାରିବିନି । ମୁଁ ମାନୁଛି ତମେ ତେସ୍ତରି ଥର କଲ କରିଛ ହେଲେ ମୁଁ କ’ଣ କରିବି ଘର ମୋବାଇଲରେ ମିତୁ ସହ ଟିକେ କଥା ହେଉଥିଲି ହଉ ହେଲା ଆଇ ଆମ ସରି ....ଉ.ଉ..ଉ ...ମା ।
ତା’ ଠାରୁ ଫୋନରେ ଗୋଟେ ଚୁମା ଖାଇଲା ପରେ ମୋ’ ରାଗ ପୁରା ଥଣ୍ଡା ହୋଇ ଯାଉଥିଲା ।
ପରେ ଆରମ୍ଭ ହେଉଥିଲା ତା’ର ସେଇ ଏକା ନାଟକ ......ପ୍ଲିଜ ମୋ’ ମୋବାଇଲରେ ଗୋଟେ ପଚାଶ ଟଙ୍କା ରିଚାର୍ଜ କରି ଦିଅନା ବାଲାନ୍ସ ନଥିବାରୁ ମିସ କଲ ମାରି ପାରିଲିନି , ରିତୁ ତା’ ସାଙ୍ଗ ସହ କଥା ହେଇ ସବୁ ବାଲାନ୍ସ ସାରି ଦେଇଛି ।
ପ୍ରଥମେ ମନା କଲା ପରେ ବି କାନ କୁଣ୍ଡେଇ ବାଧ୍ୟ ହେଉଥିଲି ତା’ ମୋବାଇଲରେ ରିଚାର୍ଜ କରିବାକୁ ।
ଅନେକ ଦିନ ହେଲାଣି ତା’ ସହ ସମ୍ପର୍କ କାଟିଲା ପରେ ସେ କଥା ଆଉ ବେଶି ଭାବିନି ।
କାଲି ହଠାତ ତା’ ମୋବାଇଲରୁ ଫୋନ ଆସିଲା ଟିକେ ଭୟ କଲି ରିସିଭ କରିବାକୁ , କହିଲା ..... ମୋ’ ବାହାଘର ଠିକ ହେଇ ଯାଇଛି । ଦି’ ଭଉଣୀ ମିତୁ ଆଉ ରିତୁ ବାଧ୍ୟ କଲେ ତମକୁ ନିମନ୍ତ୍ରଣ କରିବାକୁ । ମୋବାଇଲରେ ବାଲାନ୍ସ ନାହିଁ ରଖୁଛି ... ଆଇ ଆମ ସରି ।
ତା’ କଥା ଭାଷାରୁ ଜଣା ପଡୁଥିଲା ସେ ମୋ’ ପାଇଁ କେତେ ଦୁଃଖିତ । ମୁଁ ବି ଆଦୌ ଦୁଃଖ ଅନୁଭବ କରୁନଥିଲି ଆଗରେ ଥୁଆ ହୋଇଥିବା ଥଣ୍ଡା ଥଣ୍ଡା ବିୟର ଆଉ ବୋନଲେସ ଚିକେନ ପକୋଡାକୁ ଦେଖି ।
ସାଙ୍ଗ ଚିନୁ ତା’ ପ୍ରେମିକାକୁ ଅର୍ଜେଣ୍ଟ ଫୋନ କରିବାକୁ ମୋ’ ଫୋନ ମାଗୁଥିଲା ମୁଁ ଦେଇ ପାରିଲିନି କାରଣ ପ୍ରାୟତଃ ସେହିଦିନ ଠାରୁ ମୋ’ ମୋବାଇଲକୁ ବି ଧରିଥିଲା ସେଇ ଏକା ଲୋ ବାଲାନ୍ସର ରୋଗ ବରଂ ନିଶାରେ ତାକୁ ବାରମ୍ବାର କହୁଥିଲି .....ଆଇ ଆମ ସରି ।Others
ଆଇ ହେଟ୍ ୟୁ Subrat Kumar Muduli · 2 min read · 7.8K readsଝିପିଝିପି ବର୍ଷାରେ ବୈଶାଖୀ ସହ ଗୋଟିଏ ଛତା ତଳେ ଯାଉଥିଲି କାଦୁଅ ରାସ୍ତାରେ ସେ ଯେତେ ପାଦ ଚିପି ଚିପି ଚାଲିଲେ ବି ମୁଁ ସ୍ପଷ୍ଟ ବାରି ପାରୁଥିଲି ତା’ ପାଉଞ୍ଜିର ରୁଣୁଝୁଣୁ ଶବ୍ଦ । ଆମର ମିଳାମିଶା ନୂଆ ନଥିଲା ସେ ଥିଲା ମୋର ପିଲାଦିନର କାଗଜ ଡଙ୍ଗା ଆଉ ବାଲିଘରର ସାଥି । ଅନେକ ଥର ଆଗରୁ ତାକୁ ଅତି ପାଖରୁ ଦେଖିଛି ରଙ୍ଗ ପିଚକାରୀରେ ମୁଁ ତାକୁ ବହୁଥର ଭିଜେଇଛି । ଆମର ଏହି ମିଳାମିଶାକୁ କେହି କେହି ଖରାପ ଭାବିଲେ ବି ମୁଁ କି ସେ କେହି ଖରାପ ଭାବି ନାହୁଁ । ବାଟ ଆହୁରି ଅନେକ ବାକି ଥିଲା ବର୍ଷା ବି ବଢି ବଢି ଚାଲୁଥିଲା କଲେଜରୁ ଫେରିବା ରାସ୍ତାରେ କେହି ବି ନଥିଲେ । ଦୂରରୁ ଗାଁ ମୁଣ୍ଡ ବୁଢା କୃଷ୍ଣଚୂଡା ଗଛର ଫୁଲସବୁ ବର୍ଷା ଯୋଗୁଁ ଫିକାଫିକା ଦିଶୁଥିଲା । ଜୀବନରେ ପ୍ରଥମଥର ପାଇଁ ସେ ମତେ ଘଡଘଡି ଶବ୍ଦରେ ଭୟରେ ଭିଡି ଧରିଲା ମୋ’ ଛାତିରେ ରେଳ ଗାଡି ଛୁଟିଲା । ମନେ ମନେ ତାକୁ ନେଇ ମୋ’ର କୋଉ ଅଙ୍ଗରେ ଟିକେ ଦୁର୍ବଳତା ବଢୁଥିଲା ମୁଁ ଜାଣିନି । ମୁଁ ପ୍ରାୟତଃ ଭିଜି ସାରିଥିଲି ଆଉ ସେ ଅଧା ଅଧା । ହଠାତ ତା’ କଥାରେ ମୁଁ ଟିକେ ଅଟକି ଗଲି ସେ କହୁଥିଲା ......ତୁ ଯଦି ମୋ’ର ପ୍ରକୃତ ସାଙ୍ଗ ତା’ହେଲେ ତୁ ଟିକେ ରାଜେଶକୁ ବୁଝା ମୁଁ ତାକୁ ଭଲ ପାଏ ତା’ ବିନା ବଞ୍ଚି ପାରିବିନି । ସିଏ ରାଜେଶ ପାଇଁ କାନ୍ଦୁଥିଲା ଆଉ ମୁଁ କ’ଣ ପାଇଁ ଜାଣିନି । ବୁଝିଲି ମୁଁ ବୋଧେ ତାକୁ ଭଲପାଇବା ଆରମ୍ଭ କରିଥିଲି ସେଥିପାଇଁ । ବର୍ଷା ଆହୁରି ବଢୁଥିଲା ଆମ କାନ୍ଦ ବି ଧୋଇ ହୋଇ ଯାଉଥିଲା ବର୍ଷାଛିଟାରେ । ସେ ମତେ ବାଟସାରା ରାଜେଶ ପାଇଁ ଅନୁରୋଧ କରୁଥିଲା ମୁଁ ଚୁପଥିଲି । ସେ ବୁଝି ପାରୁନଥିଲା ମୁଁ ବୁଝି ସାରିଥିଲି ଆମ ଲୁହର କାହାଣୀକୁ । ଖାଲି ଫରକ ଏତିକି ମୋ’ ଠାରୁ ରାଜେଶ ପ୍ରତି ତା’ର ଭଲ ପାଇବା ଥିଲା ଶତ ପ୍ରତିଶତ ଶୁଦ୍ଧ ଆଉ ମୁଁ ଥିଲି ଗୋଟେ ମହାପାପୀ ମନେ ମନେ ପ୍ରାୟଶ୍ଚିତ କରୁଥିଲି ମୋର କୃତକର୍ମର । ଆଜକୁ ତିନିବର୍ଷ ତଳେ ଏମିତି ଗୋଟେ ବର୍ଷାଭିଜା ଦିନରେ ମତେ ଜୀବନ ଠାରୁ ଅଧିକ ମନେ ମନେ ଭଲ ପାଇ ଶେଷରେ ମୁହଁ ଖୋଲିଥିବା ଝିଅ ବର୍ଷାକୁ ମୁଁ କହିଥିଲି ......ଆଇ ହେଟ ୟୁ ।Others
Loading…