StoryMirror - Read, Write, Share & Repeat
ଝରକାAkshay Ojha · 2 min read · 7.4K reads
ଅଳ୍ପ ଅଳ୍ପ ଗଳ୍ପ
ଝରକା ******** ତମେ ଗଲାଣି ପନ୍ଦର ବର୍ଷ ହେଲା ।ଆଜି ତମ କଥା କାହିଁ କି ବେଶି ମନେ ପଡୁଛି ।ଝରକା ଖୋଲି ରାତି ବାରଟା ରେ ବାରି ଆଡକୁ ଚାହିଁ ବସିଛି ସିତା ।ଯେବେ ମନେ ପଡେ ମୁଁ ଏ ଝରକା କୁ ଖୋଲି ଦିଏ । ତୁମ ଉପସ୍ଥିତି ଅନୁଭବ କରେ । ତୁମ ତିଆରି ଏ ଚାରି ବଖରା ଘର ଭାଙ୍ଗି ଗଲାଣି ଶେଷ ଘର ଶେଷ ବଖରା ର ଶେଷ ଝରକାରେ ଏକ ଭଙ୍ଗା ତକ୍ତପୋଷ ତୁମ ପିଲା ଦୁହିଁଙ୍କୁ ସୋଇ ଦେଇ ତୁମ ଛାୟା କୁ ଦେଖିବାକୁ ଚେଷ୍ଟା କରେ । ନୂଆ ବାହାହେଇ ଆସିଲା ବେଳେ ବୋଉ ବାର ବାର କୁହନ୍ତି ଏ ଝରକା ରାତିରେ କେବେ ଖୋଲିବୁନୁ । ଭୂତ ପ୍ରେତ ଅଛନ୍ତି ,ଡରିବୁ ।ତମେ ଯିବାପରେ ଏ ଝରକା ମୋର ସାହାରା ।ତୁମକୁ ମୁଁ ଅନୁଭବ କରେ ଏଇଠି ।ତୁମକୁ ସବୁ କୁହେ ଏଇଠି । ରାତିରେ ତୁମେ ଗଲାଠୁ କେବେ ସୋଇନି । ସଖାଲୁ ଏ ଝରକା ବନ୍ଦ ହୁଏ । ତୁମେ ଯିବା ପରେ ବୋଉ ଚାଲି ଗଲେ । ବାପାବି କିଛି ଦିନ ପରେ । ଏକୁଟିଆ ଶ୍ରାଦ୍ଧ କାମ କଲି ।ମୁଁ ଗାଁ ଗୋଟାକୁ ଖାଇବାକୁ ନ ଦେଇ ପାରିବାରୁ କେହି ଆମ ଦୁଆରକୁ ଆସିଲେଁନି । ଏମିତିକି ମଶାଣି ପର୍ଯ୍ୟନ୍ତ ଶବ ନେବା ପାଇଁ ଘରେ ଘରେ ଗୋଡ଼ ହାତ ତଳେ ପଡି ସାହି ଭାଇଙ୍କୁ ଡକେଇ କ୍ରିୟା କର୍ମ କଲି । ଏମିତି ଯେଉଁଦିନ ଘରେ କିଛି ଖାଇବାକୁ ନଥାଏ ତମକୁ ଭାବି ଭାବି ଭୋକ ମାରି ଯାଏ । ଛୁଆଙ୍କୁ ତୋରାଣି ପାଣି ପେଇ ଦିଏ । ତମେ ଯିବା ପରେ ଆମ ଘରକୁ କେହି ମାଡନ୍ତିନି ।ନଜର ଉଠାଇ ଦେଖନ୍ତିନି । ରାସନ କାର୍ଡ ନାହିଁ ।ସରକାରୀ ସାହାଯ୍ୟ ମିଳିପାରୁ ନାହିଁ । ଲାଞ୍ଚ ନ ଦେଇ ପାରୁ ଥିବାରୁ ମୋ ରାସନ କାର୍ଡ ହେଇପାରୁନି । ବଢ଼ିଲା ଝିଅ କୁ ସାଙ୍ଗରେ ଧରି ଆଠ କିଲୋମିଟର ବ୍ଲକ ଅଫିସ କୁ ଦୌଡ଼ି ଦୌଡ଼ି ହିମ୍ମତ ହାରି ସାରିଲିଣି । ପଇସା ନ ଥିବାରୁ ଝିଅ ମାଟ୍ରିକ ପରୀକ୍ଷା ଦେଇ ପାରିଲାନି । ଘରେ ବସି ସିଲେଇ କାମ ଶିଖୁ ଛି । ଘର ଅଲ ରା ହେଇ ଗଲାଣି । ଘର ଛାଇ ପାରୁନି ଦୁଇ ବର୍ଷ ହେଲା। ଚାଲ ଫୁଟି ପାଣି ଗଳୁଛି । ମୁଁ ଯେବେ ତୁମ accident ଖବର ପାଇଲି ଲାଗିଲା ତମେ ମୋଟର ସାଇକଲ ରୁ ପଡି ଯାଇଛ ବୋଲି । ମୁଁ କେବେ ବିଶ୍ୱାସ କରି ପାରୁ ନଥିଲି ତମେ ଆମକୁ ଛାଡ଼ି ଚାଲି ଗଲ ବୋଲି ଆଜି ଏ ଝରକାରେ ତମକୁ ଦେଖିବାକୁ ଚାହୁଁଛି । ତୁମକୁ ମେହସୁସ କରି ବାକୁ ଚାହୁଁଛି । ତମେ ଆସ ,ମୋ ଆଗରେ ଛିଡା ହୁଅ । ମୋ ପୁଅକୁ ଆଶୀର୍ବାଦ କର । ସବୁ କଷ୍ଟ ସହିଲା ପରେ ବି ତୁମ ପୁଅକୁ ମୁଁ graduation ପର୍ଯ୍ୟନ୍ତ ପାଠ ପଢେଇଛି । ସବୁ ବିକିଭାଙ୍ଗି ଦେଲି । କାଲି ସଖାଲୁ ତମ ପୁଅ rail way ରେ interview ଦେବାକୁ ଯାଉଛି ।ତୁମ ହାତ ତା ମୁଁଣ୍ଡରେ ରଖ ,ମୁଁ ଦେଖିବି । ମୋ ପୁଅ ପରୀକ୍ଷା ରେ ପାସ ହେବ ।ଚାକିରୀ କରିବ,ଅଫିସର ହେବ । ପୁଣି ତମ ଭଳି ଚାରି ବଖରା ଘର କରିବ ।,,,,, ପୁଅ ମୁଣ୍ଡରେ ହାତ ବୁଲାଉ ବୁଲାଉ ଝରକାରେ ଅନ୍ଧକାର ଶୂନ୍ୟତାକୁ ଅନେଇ ବସି ଥିଲା ସିତା ସଖାଳ ହେବା ଯାଏ --------।
ଅକ୍ଷୟ ଓଝା Akshayika The smart educare convent school ,Gurugram ,9912898050
Action- ଝରକାAkshay Ojha · 2 min read · 7.3K readsନୂଆ ବାହାହେଇ ଆସିଲାବେଳେ ବୋଉ ବାର ବାର କୁହନ୍ତି, ଏ ଝରକା ରାତିରେ କେବେ ଖୋଲିବୁନୁ । ଭୂତ ପ୍ରେତ ଅଛନ୍ତି, ଡରିବୁ ।ତମେ ଯିବାପରେ ଏ ଝରକା ମୋର ସାହାରା । ତୁମକୁ ମୁଁ ଅନୁଭବ କରେ ଏଇଠି । ତୁମକୁ ସବୁ କୁହେ ଏଇଠି ।Others
- ପୁଣି ଥରେ ଫଗୁଣ ଫେରିଆସିଛିSIPRA NAMTA · 6 min read · 13.8K readsଆଈମା ଙ୍କ ଶୁଷ୍କ ଓଠ ର ହସ ଧୀରେ ଧୀରେ କଳିକା ଓଠକୁ ସଞ୍ଚରି ଯାଉଥିଲା ........।।Inspirational
- ଝରକାSwagatika Mishra · 4 min read · 7.7K readsରାତି ସାରା ବିତିଗଲା ଅନେକ ପ୍ରଶ୍ନ ଉତ୍ତର ରେ।ଆଉ ଅପଲକ ନୟନ ରେ।Others
- ଝରକାSoumya Shubhadarshinee · 8 min read · 14.4K readsବିନା ପୂର୍ବ ପ୍ରସ୍ତୁତିରେ ,ଏକଦମ ବ୍ୟସ୍ତତା ଭିତରେ ଯେଉଁ ସିଟ୍ ଗୋଟିକ ମିଳିଛି ସେଇଟି ଭାରି ମୂଲ୍ୟବାନ।Others
- ଦୁହିତା ଦୁଲଣିPallabi Das · 4 min read · 1.6K readsବେଳେ ବେଳେ ଭାବୁଛି ସବୁ ଭାବନାକୁ ଶ୍ରଦ୍ଧାଞ୍ଜଳି ଦେଇ ମାଆ କଥା ମାନି ଯିବାକୁ କିନ୍ତୁ ଠିକ୍ ସମୟରେ ବାପା ତା'ର, ତାକୁ ଦୁର୍ବଳ ହବାକୁ ଦଉନାହାନ୍ତି |Inspirational
Loading…