English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ନିଶିକାନ୍ତ
7 storys
ରାତି ପାହିବାକୁ ଆହୁରି ବାକି
Paramita Mishra · 7 min read · 1.4K reads
ରୋହିତ୍ କହୁ କହୁ କାନ୍ଦି ଉଠିଲା,ମୁଁ ବି ଆଉ ବଞ୍ଚି ବାକୁ ଚାହେଁନି, ମୋ ପାଇଁ ପ୍ରଶାନ୍ତ ସେହି ଖରାପ ପିଲାମାନଙ୍କ ସହ ଝଗଡା କରିଥିଲା।
Inspirational
ବାହାର ଲୋକ
ବାହାର ଲୋକ
Shibashis Padhee · 5 min read · 461 reads
ଦାଣ୍ଡ ଘର ପଙ୍ଖା ଚଳାଇ ଖଟରେ ଟିକିଏ ଗଡ଼ିଗଲା ଆକାଶ । ଆଜି ପାୟଲର ବ୍ୟବହାର ଭାରି କଷ୍ଟ ଦେଇଥିଲା ତାକୁ । ୟେ ତ ଛୁଆ ତା ମନରୁ କରିବ ନି ତାକୁ ନିଶ୍ଚୟ ଶିଖା ହୋଇଥିବ । ଖଟରେ ଶୋଇ ଚିନ୍ତା କରୁଥିଲା ସେ, ଭାଉଜ ଭୁବନେଶ୍ୱରର ସେ ବି ଭାରି ଆଗ୍ରହ ଦେଖନ୍ତି ଆକାଶକୁ । ଅବଶ୍ୟ ସେ ଆଗ୍ରହ ପଛରେ ଅନ୍ୟ କାରଣଟି ହେଲା ସେ ଦେଇଥିବା ଦୁଇ ଲକ୍ଷ ଟଙ୍କା ସେଇଟା ଆକାଶ ଥରେ ଥରେ ଅନୁମାନ କରେ କାରଣ ତାଙ୍କର ଆଗ ଓ ପର ବ୍ୟବହାରରେ ବହୁତ ବଡ଼ ତଫାତ ଦେଖେ ସେ । ଥରେ ଏମିତି କିଛି କାମରେ ଆସିଥିଲା ବେଳେ ରାତି ଅଧିକ ହୋଇ ଯିବାରୁ ନିଶିକାନ୍ତ ଘରେ ରହିଥିଲା ସେ । ସେତେବେଳେ ତଳ ଘର କାମ ସରିଥିଲା ଓ ଉପର ଯୋଡ଼େଇ କାମ ଚାଲିଥିଲା । ଖାଇ ସାରି ବିଶ୍ରାମ କରିବା ବେଳେ ନିଶି ଓ ଭାଉଜ ସହ ଗପ ସପ କରିଲା ବେଳେ ସେମାନେ କହିଥିଲେ ଟଙ୍କା ଅଭାବ କଥା । ନିଶିକାନ୍ତ କହିଥିଲା- "କଣ କରିବୁ ଭାଇ ଭୁବନେଶ୍ୱରରେ ଘର କରିବା ବହୁତ କଷ୍ଟ ପଇସାକୁ ପାଣି ପରି ଖର୍ଚ୍ଚ କରିବାକୁ ପଡେ । ମୁଁ ଓ ତୋର ଭାଉଜ ଯେତେ ଋଣ ନେବା କଥା ନେଇ ସାରିଛୁ । କିନ୍ତୁ ହାତରେ ଆଉ ବେଶି ପଇସା ନାହିଁ । ଟଙ୍କା ଦୁଇ ଲକ୍ଷ ହେଲେ ଖାଲି ଛାତଟି ପକାଇ ଦିଅନ୍ତି । ତା ପରେ ପଡ଼ିଥିବ । ଧୀରେ ଧୀରେ କରିବି । ତୁ ତ ଆମ ନିଜ ଲୋକ ଘର ଲୋକ ତୋ ପାଖରେ ଅଛି ଯଦି ଦେଇଥା । ଆମେ ତ ଦୁଇ ଜଣ ଚାକିରିଆ ତୋତେ ଛଅ ମାସ ପରେ ଦେଇ ଦେବି । ଆଉ ଉପର ଘର ହୋଇ ଗଲେ ତୋ ପାଇଁ ତ ଗୋଟିଏ ରୁମ ଅଲଗା ରହିବ ଯେବେ ଆସିଲେ ଆଉ ଚିନ୍ତା ନାହିଁ ନିଜର ଘର ଆରାମରେ ରହିବୁ " ଆକାଶ ପାଖରେ ପଇସା ଅଛି ଏ କଥା ଠିକ ଜାଣିଛି ନିଶିକାନ୍ତ ଆଉ ବନ୍ଧୁ ହୋଇ ଯଦି ବନ୍ଧୁକୁ ଏତକ ସାହାଯ୍ୟ ନ କରିଲେ କେମିତି ହେବ ଭାବି ଦୁଇ ଲକ୍ଷର ଚେକ ଦେଇଦେଲା କିନ୍ତୁ ଦେଲାବେଳେ କହିଲା- "ଭାଇ ଗାଁ ରେ ଗୋଟିଏ ଜମି କିଣିବା ପାଇଁ ମୁଁ ଏ ପଇସା ରଖିଥିଲି କଥାବାର୍ତ୍ତା ଚାଲୁଛି କିନ୍ତୁ ଡେରି ହେବ ଏଇ ଘର ବି ତ ଆମ ଘର ତୁ ଆରାମରେ ତିଆରି କର ଛଅ ମାସରେ ସେ ଜମି ହେବନି ବର୍ଷେ ଲାଗି ଯିବ ମୋର କାମ ବେଳେ କିନ୍ତୁ ପଇସା ଦେବୁ ମୁଁ ଭାବିବି ମୋ ପଇସା ବ୍ୟାଙ୍କରେ ଅଛି " ତା ପଇସା ରେ ଛାତ କାମ କରିଥିବା ନିଶିକାନ୍ତ କିନ୍ତୁ ଘରର ସମ୍ପୂର୍ଣ୍ଣ କାମକୁ ପକାଇ ରଖିଲନି । ମାତ୍ର ତିନିମାସରେ ଘର ସମ୍ପୂର୍ଣ୍ଣ କରି ଭଡ଼ା ବି ଲଗେଇ ଦେଲା । ଦିନେ ଆକାଶ ପଚାରି ବି ଥିଲା "ଭାଇ ପଇସା ନାହିଁ କହୁଥିଲୁ ପୁଣି କେଉଁଠୁ ଆଣିଲୁ “
Others
ସ୍ମୃତି ସାହାରା
Sunanda Mohanty · 2 min read · 191 reads
ଏଇ ସତର ଅଠର ଦିନ ତଳେ ଠିକ ଏଇ ସିଡି ପାଖରେ କୋକେଇ ଭିତରେ ଅନୁ ନବବଧୂ ଭଳି ଶେଷ ଇଚ୍ଛା ପୂର୍ଣ୍ଣ କରି ଦାଣ୍ଡ ଦୁଆର ଆଡକୁ ଯିବା ପୂର୍ବରୁ ସେ ଯେବେ ପଚାରି ଦେଇଥିଲେ, ଆଉ କିଛି ଛାଡ଼ିଲୁନି ତ ପୁଅ?
Abstract
ସଫେଦ୍ ଜହର
Ashutosh Meher · 2 min read · 215 reads
ହସୁଥିଲା ଆକାଶରେ ପୂର୍ଣ୍ଣିମା ର ସଫେଦ୍ ଜହ୍ନ...ଦଶ ବର୍ଷ ହେଲା ଜଠରେ ଭରି ରଖିଥିଲା କେଉଁଠି ସତେ ଏତେ
Tragedy
ଚନ୍ଦକାରେ ଗୋଟେ ରାତି (ଭାଗ - 6)
Satyaprakash Sethy, M. A(UGC NET) · 7 min read · 448 reads
ହଠାତ୍ ସାଙ୍ଗ ସାଥିମାନେ ମର୍ଣ୍ଣିଂଙ୍ଗ ୱାର୍କର ଯିବା ପାଇଁ କବାଟ ବାଡ଼େଇଲେ । ଧଡ଼ପଡ଼ ହୋଇ ନିଶିକାନ୍ତ ବାବୁ...
Inspirational
ଚନ୍ଦକାରେ ଗୋଟେ ରାତି ଭାଗ 7
Satyaprakash Sethy, M. A(UGC NET) · 5 min read · 521 reads
ଏବେ ତୁମେ ବୃଦ୍ଧ ଓ ସ୍ଥବିର। ତେଣୁ ତୁମକୁ ବିଶ୍ରାମ ଦରକାର। ତୁମେ ଶାନ୍ତିରେ ଶୋଇଯାଅ, ଏଣିକି ଆଶ୍ରମ...
Inspirational
Loading…
Next page →