ଦାଣ୍ଡ ଘର ପଙ୍ଖା ଚଳାଇ ଖଟରେ ଟିକିଏ ଗଡ଼ିଗଲା ଆକାଶ । ଆଜି ପାୟଲର ବ୍ୟବହାର ଭାରି କଷ୍ଟ ଦେଇଥିଲା ତାକୁ । ୟେ ତ ଛୁଆ ତା ମନରୁ କରିବ ନି ତାକୁ ନିଶ୍ଚୟ ଶିଖା ହୋଇଥିବ । ଖଟରେ ଶୋଇ ଚିନ୍ତା କରୁଥିଲା ସେ, ଭାଉଜ ଭୁବନେଶ୍ୱରର ସେ ବି ଭାରି ଆଗ୍ରହ ଦେଖନ୍ତି ଆକାଶକୁ । ଅବଶ୍ୟ ସେ ଆଗ୍ରହ ପଛରେ ଅନ୍ୟ କାରଣଟି ହେଲା ସେ ଦେଇଥିବା ଦୁଇ ଲକ୍ଷ ଟଙ୍କା ସେଇଟା ଆକାଶ ଥରେ ଥରେ ଅନୁମାନ କରେ କାରଣ ତାଙ୍କର ଆଗ ଓ ପର ବ୍ୟବହାରରେ ବହୁତ ବଡ଼ ତଫାତ ଦେଖେ ସେ । ଥରେ ଏମିତି କିଛି କାମରେ ଆସିଥିଲା ବେଳେ ରାତି ଅଧିକ ହୋଇ ଯିବାରୁ ନିଶିକାନ୍ତ ଘରେ ରହିଥିଲା ସେ । ସେତେବେଳେ ତଳ ଘର କାମ ସରିଥିଲା ଓ ଉପର ଯୋଡ଼େଇ କାମ ଚାଲିଥିଲା । ଖାଇ ସାରି ବିଶ୍ରାମ କରିବା ବେଳେ ନିଶି ଓ ଭାଉଜ ସହ ଗପ ସପ କରିଲା ବେଳେ ସେମାନେ କହିଥିଲେ ଟଙ୍କା ଅଭାବ କଥା । ନିଶିକାନ୍ତ କହିଥିଲା- "କଣ କରିବୁ ଭାଇ ଭୁବନେଶ୍ୱରରେ ଘର କରିବା ବହୁତ କଷ୍ଟ ପଇସାକୁ ପାଣି ପରି ଖର୍ଚ୍ଚ କରିବାକୁ ପଡେ । ମୁଁ ଓ ତୋର ଭାଉଜ ଯେତେ ଋଣ ନେବା କଥା ନେଇ ସାରିଛୁ । କିନ୍ତୁ ହାତରେ ଆଉ ବେଶି ପଇସା ନାହିଁ । ଟଙ୍କା ଦୁଇ ଲକ୍ଷ ହେଲେ ଖାଲି ଛାତଟି ପକାଇ ଦିଅନ୍ତି । ତା ପରେ ପଡ଼ିଥିବ । ଧୀରେ ଧୀରେ କରିବି । ତୁ ତ ଆମ ନିଜ ଲୋକ ଘର ଲୋକ ତୋ ପାଖରେ ଅଛି ଯଦି ଦେଇଥା । ଆମେ ତ ଦୁଇ ଜଣ ଚାକିରିଆ ତୋତେ ଛଅ ମାସ ପରେ ଦେଇ ଦେବି । ଆଉ ଉପର ଘର ହୋଇ ଗଲେ ତୋ ପାଇଁ ତ ଗୋଟିଏ ରୁମ ଅଲଗା ରହିବ ଯେବେ ଆସିଲେ ଆଉ ଚିନ୍ତା ନାହିଁ ନିଜର ଘର ଆରାମରେ ରହିବୁ " ଆକାଶ ପାଖରେ ପଇସା ଅଛି ଏ କଥା ଠିକ ଜାଣିଛି ନିଶିକାନ୍ତ ଆଉ ବନ୍ଧୁ ହୋଇ ଯଦି ବନ୍ଧୁକୁ ଏତକ ସାହାଯ୍ୟ ନ କରିଲେ କେମିତି ହେବ ଭାବି ଦୁଇ ଲକ୍ଷର ଚେକ ଦେଇଦେଲା କିନ୍ତୁ ଦେଲାବେଳେ କହିଲା- "ଭାଇ ଗାଁ ରେ ଗୋଟିଏ ଜମି କିଣିବା ପାଇଁ ମୁଁ ଏ ପଇସା ରଖିଥିଲି କଥାବାର୍ତ୍ତା ଚାଲୁଛି କିନ୍ତୁ ଡେରି ହେବ ଏଇ ଘର ବି ତ ଆମ ଘର ତୁ ଆରାମରେ ତିଆରି କର ଛଅ ମାସରେ ସେ ଜମି ହେବନି ବର୍ଷେ ଲାଗି ଯିବ ମୋର କାମ ବେଳେ କିନ୍ତୁ ପଇସା ଦେବୁ ମୁଁ ଭାବିବି ମୋ ପଇସା ବ୍ୟାଙ୍କରେ ଅଛି " ତା ପଇସା ରେ ଛାତ କାମ କରିଥିବା ନିଶିକାନ୍ତ କିନ୍ତୁ ଘରର ସମ୍ପୂର୍ଣ୍ଣ କାମକୁ ପକାଇ ରଖିଲନି । ମାତ୍ର ତିନିମାସରେ ଘର ସମ୍ପୂର୍ଣ୍ଣ କରି ଭଡ଼ା ବି ଲଗେଇ ଦେଲା । ଦିନେ ଆକାଶ ପଚାରି ବି ଥିଲା "ଭାଇ ପଇସା ନାହିଁ କହୁଥିଲୁ ପୁଣି କେଉଁଠୁ ଆଣିଲୁ “
Loading comments…