English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ମଦ୍ୟପ
3 storys
ଖଣ୍ତା ବୁଲିଲା ଖଣ୍ତାଧାରରେ-ଅଂଶ ୩
ପ୍ରଶାନ୍ତ କୁମାର ବେହେରା · 4 min read · 266 reads
ମୁଁ ସେଠାରେ ପହଞ୍ଚିବା ଦେଖି କିଛି ଛାତ୍ର ମୋ ନିକଟକୁ ଆସି ଚୁପ୍ ଚୁପ୍ କରି ଇଶାରାରେ ସେଇ ୮ ଜଣ ରୋଷେଇ କରୁଥିବା ଦିଗକୁ ମୋ ଦୃଷ୍ଟି ଆକର୍ଷଣ କଲେ l ସେତେବେଳେ ସେମାନେ ସେଠି ବସି ଖୋଲାଖୋଲି ମଦ୍ୟପାନ କରୁଥାନ୍ତି l ସେମାନେ ସମସ୍ତେ ପ୍ରାୟ ଅର୍ଦ୍ଧଉଲଗ୍ନ ହୋଇଥିବା ସ୍ଥଳେ ଜଣେ କେବଳ ହାଫ୍ ଚଡିଖଣ୍ତେ ପିନ୍ଧିଥାଏ l ମୋତେ ଘେରି ଠିଆ ହୋଇଥିବା ଛାତ୍ରମାନେ ପୂର୍ବରୁ ସେଇ ମଦୁଆ ମାନେ ଘଟାଇଥିବା ଘଟଣା ସବୁକୁ ଗୋଟି ଗୋଟି କରି ବର୍ଣ୍ଣନା କରି କହିଲେ l ସେ ମଦ୍ୟପମାନେ କିପରି ଖଣ୍ତା ଦେଖାଇ ସେମାନଙ୍କୁ ଭୟଭିତ କରି ସାଉଣ୍ତ ସିଷ୍ଟମରେ ଅମକ ହିନ୍ଦି ଗୀତ ଲଗାଅ , ଅମକ ଓଡିଆ ଗୀତ ଲଗାଅ , ତେଲୁଗୁ ଗୀତ ଲଗାଅ ଆଦି କହି ଶେଷକୁ ଅତି ଅସଭ୍ୟ ଭାଷାରେ ଗାଳି ଦେଇ ଆଦୌ ଗୀତ ନ ଲଗାଇବା ସହିତ କୌଣସି ପିଲା ଯେପରି ପୋଲ ଉପରକୁ ନଉଠନ୍ତି ସେଥିପାଇଁ ଧମକ୍ ଚମକ୍ ଦେଇଥାନ୍ତି l ଯେଉଁ ୪ଟି ପରିବାର ସେଠାରେ ରୋଷାଇ କରୁଥାନ୍ତି ତାଙ୍କ ଚାରିପଟେ ସେ ଚଡିପିନ୍ଧା ଯୁବକ ବୁଲି ବୁଲି ପରିସ୍ରା କରିବା ସହିତ ଖୁବ୍ ଅଭଦ୍ର ଭାଷାରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଗାଳିଗୁଲଜ କରିସାରିଥାଏ l ଟିକେ ଚିନ୍ତା କରନ୍ତୁ l ମୋ ସହିତ କେବଳ ପୁଅ ମାନେ ଥାଆନ୍ତି l କିନ୍ତୁ ସେଇ ୪ଟି ପରିବାରର ସ୍ୱାମୀ, ସ୍ତ୍ରୀ ଓ ପୁଅ ଝିଅ ମାନଙ୍କ ସାମ୍ନାରେ ଏ ମଦୁଆ ଅସଭ୍ଯ ଗୁଡାକ ଯେଭଳି ଆଚରଣ କରିଛନ୍ତି ତାଙ୍କ ମାନସିକ ଅବସ୍ଥା କଣ ହୋଇଥିବ ? ପିଲାମାନଙ୍କ ଠାରୁ ଏସବୁ ଶୁଣି ରାଗରେ ମୋ ମୁଣ୍ତ କାମ କରୁନଥାଏ l ମୁଁ ଜାଣିଥାଏ ମୋ ପିଲାମାନଙ୍କ ଭିତରେ କିଛି ଖୁବ୍ ଦୁଷ୍ଟାମି କରିବା ପିଲା ବି ମହଜୁଦ୍ ଅଛନ୍ତି l ସେମାନେ ଏଇ ୮ ଜଣ ମଦୁଆଙ୍କ ଆତଙ୍କରାଜକୁ ଏମିତି ନିରବରେ ସହିବା କଥା ଆଦୌ ନୁହେଁ l ପାରଦୀପର କିଛି କମର୍ସ ପିଲା ମାଡ ମାରିବାରେ ଖୁବ୍ ପାରଙ୍ଗମ l ଯଦି ହଷ୍ଟେଲ ଓ ବାହାର ପିଲାଙ୍କ ଭିତରେ କିଛି ଗଣ୍ତଗୋଳ ହେଲା ଏମାନେ ଆଗ ମାଡ ବସାଇଦିଅନ୍ତି l ବୋଧହୁଏ ଗତକାଲି ସଂଧାରେ ସେଇ ଫକିରପଡା ଘଟଣାରେ ଡରିଯାଇ ଚୁପ୍ ହୋଇ ରହି ଏଇ ମଦୁଆଙ୍କ ପାଦୁର୍ଭାବ ଏଯାଏ ସହି ସମ୍ଭାଳି ରହିଛନ୍ତି l
Others
ଅଭିନେତା
Sachidananda Kar · 2 min read · 543 reads
ଏଇ ସ୍ତ୍ରୀଲୋକମାନେ ତ ଏଠି ଯୁଗଯୁଗ ଧରି ଅବହେଳିତ।ଗୋଟେ ଅତି ପରିତ୍ଯକ୍ତ କବର ଭିତରେ ପଡି ରହିଥାନ୍ତି ସବୁବେଳେ।
Others
ଆକବର ବିରବଲ - ୫୦
ଓଡିଆ ଶିଶୁ ଗପ · 2 min read · 7.7K reads
ଲୋକଟିର କଥା ଶୁଣି ଆକବର ଜୋର୍ରେ ରାଗିଗଲେ । ସେ କିଛି କହିବା ପୂର୍ବରୁ ବିରବଲ କହିଲେ, “ହଁ! ଆପଣ ଯାଆନ୍ତୁ । ଆମେ କାଲି ଆପଣଙ୍କୁ ହାତୀ ବିକ୍ରୀ,...
Children