StoryMirror - Read, Write, Share & Repeat- କ୍ଲାନ୍ତ ବସନ୍ତLipsa Acharya · 2 min read · 92 readsନ ହେଲେ ଭଞ୍ଜ ସାହିତ୍ୟର ବସନ୍ତ ୠତୁ ବର୍ଣ୍ଣନା ମୁହଁରେ ପଢି ଦୂର ଆକାଶକୁ ଅନାଇ ନିରାଶ ଗମ୍ଭୀର ହେଇ ଦୀର୍ଘ ନିଃଶ୍ଵାସ ତ୍ୟାଗ କରୁନଥାନ୍ତା।Others
- ଉଡା ଚଢ଼େଇକବିରତ୍ନ ନୂତନ କୁମାର ବେହେରା
Kabiratna Nutan Kumar Behera · 5 min read · 245 readsଅନେକ ସମୟରେ ତାର ମନ ଆକାଶକୁ ଝଡ଼ ହୋଇ ସେ ଆସୁଛି, ତାର ଶାନ୍ତ ବକ୍ଷକୁ ଆଲୋଡ଼ିତ କରି ଧ୍ୱସ୍ତ ବିଧ୍ୱସ୍ତ କରି ପକାଉଛି। ଶ୍ରେୟାଂଶୁ ନିଜକୁ ନିଜେ ସମ୍ଭାଳି ପାରୁନି। ଏକ ଆଗ୍ନେୟଗିରି ଭଳି ତା ଅନ୍ତର ଭିତରରୁ ଅସନ୍ତୋଷର ଲାଭା ଉଦ୍ଗିରଣ ହେଉଛି।Inspirational

ମନ କଥାAkshay Ojha · 3 min read · 7.4K readsମନ କଥା -------------------------- ବାହାର ଜାଗା । ସହର ରେ ରୁହେ । ଆଜି ଘରେ ଟିକେ ମନ ମାଲିନ୍ୟ ହେଇ ଗଲା ସ୍ତ୍ରୀ ସୁରଭି ଙ୍କ ସହିତ । ସୁରଭି କଥା ହେଉ ନଥିଲେ । ପିଲାମାନେ ଚୁପ ଚାପ ତାଙ୍କ ରୂମ ରେବସି ପଢୁଥିଲେ । ଆମ ତର୍କ ରେ ବେଳେ ବେଳେ ପିଲାମାନେ ଉଦାସ ହେଇଯାନ୍ତି । ତାଙ୍କ ହସ ଖୁସି ର ମୁଁହା ଛୋଟ ହେଇ ଯାଏ । ଅନାଥ ପରି ଲାଗନ୍ତି । ଦୁହିଁଙ୍କ ପାଖରୁ ଦୁରେଇ ରୁହନ୍ତି । ଏ ଛୋଟ ଛୋଟ ଝଗଡା ର ବିଶେଷ କୌଣସି କାରଣ ନ ଥାଏ । ବେଳେ ବେଳେ କାହା ମନ ଭାରି ଯାଏ । ଆକ୍ଷେପ କରି ଚାଲନ୍ତି ପରସ୍ପରଙ୍କୁ । ବେଳେ ବେଳେ ଏ ସଂସାର କୁ ବୁଝି ହୁଏନା । ପରିବାରକୁ ସୁଖରେ ରଖିବାକୁ ପ୍ରଣ ନେଇଥିବା ଏକ ସଂସାରୀ ଗାଁ, ଘର ମା,ବାପା ସବୁ ତେଯ୍ୟାକରି ଶେଷରେ ନିରାଶ ହେଇ ଯାଏ ଏ ପରି ମନ ମାଲିନ୍ୟ ରେ । ସବୁ ତ୍ୟାଗ କରିବା ନିରର୍ଥ ହେଇଯାଏ । କମ ବୟସରେ ମୁରବି ହେଇ କମ ଅନୁଭବରେ ସବୁକୁ ସମ୍ଭାଳି ପାରେନି । ବାପା ମନେ ପଡ଼ନ୍ତି । ବୋଉ ମନେ ପଡେ । ବଡ କେହିଜଣେ ଥାନ୍ତେ ଏ ଅଡୁଆ ସୁତା କୁ ଠିକ କରି ଦିଅନ୍ତେ । ସୁଖ ଫେରେଇ ଆଣନ୍ତେ । ସୁରଭି ରାଗିଲେ କେଇ ଦିନ କଥା ହୁଅନ୍ତିନି । ପିଲାମାନେ ଦୁଖୀ ରୁହନ୍ତି । ମୁଁ ଚୁପଚାପ ଅଫିସ ଚାଲିଯାଏ । ଭାରି ମନ ନେଇ ଫେରୁ ଅଫିସ ରୁ ଓ ପିଲାମାନେ ସ୍କୁଲ ରୁ, ସୁରଭି ପାଖକୁ । ବହୁତ ସମୟ ମନ କଷ୍ଟ ହୁଏ ସୁରଭି କୁ ଦେଖି ।ମୋ ପିଲାଙ୍କୁ ପାଳନ୍ତି । ଆମ ପାଇଁ ରାତିଦିନ ଘର କାମରେ.ରୋଷେଇ ରେ ବ୍ୟସ୍ତ ରୁହନ୍ତି । ସିଏ ବି ନିଜ ମା ବାପା କୁ ଛାଡ଼ି ମୋ ପାଖରେ ଅଛନ୍ତି। ଏ ମାନମାଲିନ୍ୟ ର ଅର୍ଥ ବୁଝିପାରେନା ମୁଁ । କଣ ପାଇଁ କେତେବେଳେ ସୁରଭି ଙ୍କ ଆତ୍ମା ବିଶ୍ୱାସ ମୋ ପ୍ରତି କମ ହେଇ ଯାଏ ମୁଁ ବୁଝି ପାରେନି । ପୁଣି ସମୟ କ୍ରମରେ ସବୁ ଠିକ ହେଇଯାଏ । ଏ ମୋ ସଂସାର । ଏ ମୋ ଅଭିବ୍ୟକ୍ତି । ଏ ପରିବାର ଠୁ ମୋ ପାଖରେ ବଡ କିଛି ନାହିଁ । ଯାହା ପାଇଁ ମୁଁ ମୋ ମା ଛାଡିଛି । ମା ବୁଢ଼ୀ ହେଇ ଗଲାଣି । ବେମାର ଦେହ ,କେମିତି ଖାଉଥିବ,କେମିତି ରହୁଥିବା ଥରୁଟିଏ ପଚାରି ବୁଝେନି ।ଏ କଠୋର ବଳିଦାନ ପରେ ମୁଁ ମୋ ସଂସାର ଧର୍ମ ପାଳନ କରୁଛି । ଏ ସବୁ ଜାଣି ଥିଲେବି ସୁରଭି ର ରାଗ ଘୁସା ମୋତେ ଆହୁରି ତଳକୁ ନେଇ ଯାଉଛି । ମନେ ଅଛି । ପ୍ରଥମ ଥର ପରିବାର କୁ ନେଇ ସହର ଆସୁଥିଲି । ପୁଅ ବାବୁ,ଝିଅ ରିତା ଓ ସୁରଭି କୁ ସାଙ୍ଗରେ ଧରି ଗାଁରୁ ଆସୁଥିଲି । ଘର ଠୁ ଦୁଇସ ମିଟର ଦୂର ବସ ଧରିବା ରାସ୍ତା । ସାଙ୍ଗରେ ଗୋଡଇ ଗୋଡଇ ଆସିଲା ବୋଉ । ବିଦେଶ ଜାଗା ଏମିତି ଚଳିବ ,ସେମିତି ଚଳିବ ବୁଝେଇ ଚାଲିଥିଲା ବୋଉ ସୁରଭି କୁ । ମୁ ଟିକେ ଅଳସୁଆ,ସମୟରେ ଖାଏନି,ସବୁ ଏଆଡ଼େ ସେଆଡ଼େ ପିଙ୍ଗି ରଖେ କପଡା ପତ୍ର । ଧ୍ୟାନ ଦେବାକୁ କହୁଥିଲା ବୋଉ ସୁରଭିକୁ । ବସ ଆସିଲା । ଆମେ ଚାରିଜଣ ବସ ଧରିଲୁ । ବସ ଆଗକୁ ବଢ଼ିଲା । ମୁ ଝରକାରେ ଲୁହ ଭିଜା ଆଖିରେ ବୋଉ ଠୁ ବିଦା ହୋଉ ଥଲି । ରାସ୍ତା କଡ଼ରେ ଛିଡା ହେଇ ବୋଉ କାନି ରେ ଲୁହ ପୋଛୁଥିଲା । ବସ ମୋଡ ମୋଡିବା ପର୍ଯ୍ୟନ୍ତ ସେ ଆମ ଆଡକୁ ଅନେଇ ଛିଡା ହେଇଥିଲା । ----------ମୋ ଆଖିରୁ ଲୁହ ବୋହି ଯାଉଥିଲା ଭାବି ଭାବି ।
---- ସୁରଭି ଙ୍କ ମନ ପ୍ରାୟ ପରିବର୍ତ୍ତନ ହେଇ ଯାଇ ଥିଲା ବୋଧ ହୁଏ । ରୋଷେଇରୁ ଖୁସି ମନରେ ମୋତେ ଖାଇବାକୁ ଡାକୁ ଥିଲେ । ପିଲା ମାନେ ପ୍ରସନ୍ନ ଦିଶୁଥିଲେ ।
ଅକ୍ଷୟ ଓଝା Akshayika, The Smart Educare Convent School .Gurgaon 9912898050
Inspirational- ଆକବର ବିରବଲ - ୪୮ଓଡିଆ ଶିଶୁ ଗପ · 1 min read · 7.9K readsଆପଣମାନଙ୍କ ମଧ୍ୟରୁ କେହି କହିପାରିବେ କି ବର୍ତ୍ତମାନ ସଭାରେ ଯେତେ ସଭ୍ୟ ଉପସ୍ଥିତ ଅଛନ୍ତି ସେମାନଙ୍କ ମନରେ ବର୍ତ୍ତମାନ କ’ଣ ଅଛି?” ମହାରାଜଙ୍କର....Children
- ଅକୁହା ମନ କଥାKabiratna N.K. Behera · 5 min read · 232 readsଅକୁହା ମନ କଥାRomance
- ନିଜ ପାଇଁ କିଛି ସମୟ ଭିତର ଭାବନାSunanda Mohanty · 2 min read · 857 readsନିଜ ପାଇଁ କିଛି ସମୟ ଭିତର ଭାବନାAbstract
Loading…