StoryMirror - Read, Write, Share & Repeat- ମାଟି ସିଲଟSambit Srikumar · 3 min read · 209 readsମାଟି ସିଲଟଟା ଭାଙ୍ଗି ପକାଇବା ପାଇଁ ଏତେ ମାଡ଼ ମୋତେ ମାରିଥିଲ ଅକାରଣରେ । ହେଲେ ଯେଉଁ ବଡ଼ଲୋକମାନେ ଦେଶଟାକୁ ମୋର ଭାଙ୍ଗି ଦେଲେ ନିଜ ନ୍ୟସ୍ତ ସ୍ଵାର୍ଥ ଚରିତାର୍ଥ କରିବା ପାଇଁ, ସେମାନଙ୍କର କିଏ କଣ କରି ପକାଇଲା?Inspirational
- ଗୁରେଇର ଚିନ୍ତାpuspalata samantary · 3 min read · 237 readsକହୁଥେଲା ଖାତା ଆଣିବାକୁ ଯେ ତା ବା କୁ ତର ମିଳୁନି, ସେଇଥିପାଇଁ ପଢୁନି କି ଆଉ? ପାଠ ନ ପଢିଲେ ତା ବା ଆAbstract

ମାଟି ବୈକୁଣ୍ଠAkshay Ojha · 2 min read · 14.3K reads
ଅଳ୍ପ ଅଳ୍ପ ଗଳ୍ପ
ମାଟି ବୈକୁଣ୍ଠ ----------------- ଭୁବନେଶ୍ବର ବୃଦ୍ଧାଶ୍ରମ ର ସିଡ଼ି ପାହାଚ ରେ ବସି ତୋ ବାଟ କୁ ଅନେଇ ବସିଛି ରେ ବିଜୟ । ମାସ ବିତି ଯାଉଛି ,ବର୍ଷ ବିତି ଯାଉଛି ।ତୋ ବାଟ କୁ ଚାହିଁ ଚାହିଁ ରାତି ହୁଏ ପୁଣି ସଖାଳ । ଆଖି ଲୁହରେ କାନି ଭିଜି ଯାଏ ।ମନ ଖାଲି ଖାଲି ହେଇ ଯାଏ ।ଉଦାସ ଅନ୍ଧକାର ମାଡ଼ିଆସେ ଆକ୍ଷି ଆଗରେ । କିନ୍ତୁ ତୁ ଆସୁନା ତୋ money order ଆସିଯାଏ । ଏ ଥର ପଇସା ନ ପଠା ,ତୁ ନିଜେ ଟିକେ ଆ । ମୋତେ ତୋ ସାଙ୍ଗରେ ତୋ ଘର କୁ ନେଇ ଯାଆ । ଯେ ପର୍ଯ୍ୟନ୍ତ ତୋ ବାପା ଥିଲେ ,ସମୟ କାଟି ଯାଉ ଥିଲା । ସିଏ ଏ ଆଶ୍ରମ ରେ ଶେଷ ନିଶ୍ୱାସ ନେଲା ପରେ ମୁଁ ଏକୁଟିଆ ହେଇ ଯାଇଛି ରେ ବିଜୟ ।ସେ ତୋ କଥା କହି କହି ପ୍ରାଣ ତ୍ୟାଗ କଲେ । ସେ ସବୁ ବେଳେ ତୋତେ ନେଇ ଗର୍ବ କରୁ ଥିଲେ । ତୋ ସାହବ ପଣିଆ କୁ ଖୁବ ପ୍ରଶଂସା କରୁ ଥିଲେ । ତୋ ନବାବି ଢଙ୍ଗ କୁ ଖୁବ ବଖାଣୁ ଥିଲେ । ସେ ପାଇଁ ବହୁତ ଥଟ୍ଟା ମଜାର ଶିକାର ହେଉ ଥିଲେ । ଅକାଳ ପଡି ଥିବା ସମୟ ରେ ତୋର ଜନ୍ମ ହେଇ ଥିଲା । ତୋ କ୍ଷୀର ପାଇଁ ଆମେ ଚାହା ପିଇବା ବନ୍ଦ କରି ଦେଇ ଥିଲୁ । କେତେ ବର୍ଷ ପର୍ଯ୍ୟନ୍ତ ଆମେ ଗୋଟିଏ କପଡା କୁ ଧୋଇ ଶୁଖେଇ ପିନ୍ଧିଛୁ କିନ୍ତୁ ତୋ ସ୍କୁଲ ବନ୍ଦ କରି ନାହୁଁ ।ତୁ ଏ ସବୁ ଜାଣି ଛୁ ଶୁଣିଛୁ । ସବୁ ଭୁଲି ଯା କିଛି କଥା ନାହିଁ ।କିନ୍ତୁ ତୁ ମୋତେ ଥରେ ତୋ ଘର କୁ ନେଇ ଯା ରେ ବିଜୟ । ଘରେ ମୁଁ ସବୁ କାମ କରିବି,କଂସା ବାସନ ମାଜିବି । ଝାଡ଼ୁ ପୋଛା କରିବି ,ପରିବାର ପାଇଁ ରୋଷେଇ କରିବି ,ନାତି ନାତୁଣୀ ଙ୍କୁ କୋଳେଇ କାଖେଇ ଗେଲ୍ହା କରିବି ।ତୁ ଚିନ୍ତା କରନା ମୁଁ ସେମାନଙ୍କୁ ଖୁବ ଯତ୍ନ ନେବି ସେମାନେ ପରା ମୋ ନାତି ନାତୁଣୀ ।,,,, ନହେଲେ ଚାକରାଣୀ ଭାବି ରଖି ନେ ତୋ ଘରେ ।ମୋର ଆଉ କେତେ ଦିନ ? ମୋ ଆକ୍ଷି ଥକି ଗଲାଣି ।ତୋ ବିନା ରହିବା ଅସମ୍ଭବ ଲାଗୁଚି ରେ ବିଜୟ ।ମୁଁ ଭୁଲି ପାରୁନି ତୋତେ । ତୋ ବିନା ମୁଁ ଅନାଥ । ଥରେ ଆସି ମା ବୋଲି କହିଯା । କିଛି ନହେଲେ ନାହିଁ ମୋତେ ଏ ଆଶ୍ରମ ରୁ ସମାଧି ପର୍ଯ୍ୟନ୍ତ ତୋ କାନ୍ଧରେ ନେଇଯା ।
ଅକ୍ଷୟ ଓଝା Akshayika The smart educare convent school, Gurgaon
Inspirational- ଫୁଲଗଛSunanda Mohanty · 1 min read · 181 readsଫୁଲଗଛAction
- ପୁଷ୍ପା ର ହସKalyani Nanda · 2 min read · 604 readsଏଇ ସବୁ କଥା ପୁଷ୍ପା ଭାବୁଥିବା ବେଳେ ରାମୁ କାକାଙ୍କ ପାଟି ଶୁଭିଲା । " ଆରେ ପୁଷ୍ପା, ତୋ ଅଗଣାରୁ ମାଟି ନେବାକୁ ଆସିଛି ।Tragedy
- ମିଛ କାଗଜShibashis Padhee · 5 min read · 714 readsସେ ମିଛ କାଗଜ ତା ଅସଲି ଘର କୁ ଭାଙ୍ଗିବାରୁ ରକ୍ଷା କରିଛି !Others
Loading…