StoryMirror - Read, Write, Share & Repeat- ଶ୍ରମିକSubrat Kumar Muduli · 1 min read · 14.7K readsନିର୍ମାଣଧୀନ ଆକାଶଛୁଆଁ ଆପାର୍ଟମେଣ୍ଟ ଗଳିରୁ ଆଜି ମୁଣ୍ଡଫଟା ଖରାଟା ଟିକେ ନରମିଗଲା ପରି ଲାଗୁଥିଲା ନିର୍ମାଣ ଶ୍ରମିକ ଗୋପୀକୁ । ସକାଳ ପ୍ରହରୁ ସେ ବାବୁଙ୍କ କହିବା ଅନୁସାରେ ବୁଣି ଚାଲିଥିଲା କ୍ଷଣିକ ସ୍ୱପ୍ନର ବୁଢିଆଣି ଜାଲ । ଟେଣ୍ଟବନ୍ଧା,ଷ୍ଟେଜ ତିଆରି ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା । ଅସ୍ଥାୟୀ ରୋଷେଇଶାଳରୁ ଭାସି ଆସୁଥିଲା ସ୍ଵାଦିଷ୍ଟ ବ୍ୟଞ୍ଜନର ବାସ୍ନା । ନେତା ପହଞ୍ଚିଲେ ଶ୍ରମିକ ଦିବସ ଅବସରରେ ଭାଷଣବାଜି ଚାଲିଲା । ଗୋପୀସହ ଫୁଲମାଳ ପିନ୍ଧାହେଲା ଆହୁରି ଅନେକଙ୍କୁ । ଘରେ ଚାଉଳ କି ପରିବା କିଛି ନଥିଲା ସ୍ତ୍ରୀ ମୋତି ଚାହିଁ ରହିଥିଲା ଗୋପୀକୁ । ସଭାସରିଲା ଖିଆପିଆ ଚାଲିଲା ଗୋପୀ କିନ୍ତୁ ଖାଇନଥିଲା ସେ କିଛି ପଇସାପାଇଁ କଣ୍ଟ୍ରାକ୍ଟର ବାବଙ୍କୁ ଖୋଜୁଥିଲା ଅନେକ ବେଳରୁ । ସୁପରଭାଇଜରବାବୁ ବହୁ କଷ୍ଟରେ କଣ୍ଟ୍ରାକ୍ଟରବାବୁଙ୍କ ମୋବାଇଲ ନମ୍ବର ଗୋପୀକୁ ଦେଲେ । ପେଟର ଭୋକ ଆଉ ବୋଲ ମାନୁନଥିଲା ଗୋପୀର,ବାବୁଙ୍କ ନମ୍ବରକୁ ଡାଏଲ କରିକରି ସେ ପହଞ୍ଚିଥିଲା ଖାଇବା ପାଖରେ ହେଲେ ଖାଦ୍ୟସବୁ ସରିଯାଇଥିଲା । ଟେନସନରେ ଖରାର ତାତି ତାକୁ ଦ୍ଵିଗୁଣିତ ଲାଗୁଥିଲା ଏବେ ବି ତା’ ଭଙ୍ଗା ମୋବାଇଲ ଫୋନରୁ ଗୁଣୁଗୁଣୁ ହୋଇ ଶୁଭୁଥିଲା ସେଇ ଗୋଟେ ଉତ୍ତର...... ଆପଣ ଯେଉଁ ଉପଭୋକ୍ତାଙ୍କସହ କଥାହେବାକୁ ଚାହୁଁଛନ୍ତି ସେ ଏବେ ଅପହଞ୍ଚ ଦୂରତାରେ ଅଛନ୍ତି ।Inspirational
- କରୋନା ଦୁର୍ବ୍ଦଶାରେ ଦିନମଜୁରିଆDr Jharana Satapathy · 2 min read · 137 readsମୁଁ ପ୍ରାୟ ଛଅ ସାତ ଦିନ ହେଲା ନଜର କରୁଛି ସେମାନ ଆଉ ଦେଖାଯାଉ ନାହାନ୍ତି। ନିଶ୍ଚୟ ସେମାନଙ୍କ ଘରକୁ ଚାଲTragedy
- ମୁଁ ଶ୍ରମିକ ଝିଅChinmayee Barik · 2 min read · 7.5K readsତୁମ ମାନଙ୍କ ଲାଗି ମୋ ପାଖରେ ସବୁବେଳେ ଫୁଲଟିଏ ରହିଛି ଯଦିଓ ମୁଁ ଗୋଟିଏ ରାସ୍ତା କଡର ଝିଅ ...Inspirational
- ଅନୁଭୁତି - ୪Santosh Kumar Misra · 7 min read · 14.4K readsମଧୁମାଷ୍ଟ୍ରେ ଗାଁର ମନ୍ତ୍ରଣା ଦାତା ମୁଁ ତାଙ୍କୁ ଘଟଣାଟି ବୁଝେଇଦେଲା ପରେ ତାଙ୍କ ମୁହଁ ରେ ସ୍ମିତ ହାସ୍ୟ ଆସିଗଲାInspirational
- ଶାଶୁSunanda Mohanty · 1 min read · 338 readsଶାଶୁTragedy
- କଇଁଥା ହାତକୁ ଦରସିଝା ଜୀବନSatyabati Swain · 3 min read · 489 readsହସି ଉଠିଲା ବିଜୁ। ଡରିଲୁକି ରାନୀ!!ଏ ପରା ଶ୍ରମିକର ହାତ। ଲୁହା ଠୁ ବି ଟାଣ। କଇଁଥା ଲାଗୁଛି ବୋଲି ମନ ଦୁଃଖ କରୁଛୁ!! ଆଲୋ ମୋ ଘରଣୀ !ସବୁ ମେହେନତି ମଣିଷଙ୍କ ହାତ ଏମିତି ସିଝା ସିଝା,କଇଁଥା ବାଇଗଣ ପରି। ନିଜ ଲହୁକୁ ପାଣି କରି ଝାଳ ବୁହାଇ ସେ ଦେଶପାଇଁ,ସବୁ ମଣିଷଙ୍କ ଅୟସ ପାଇଁ ଖାଦ୍ୟ,ବସ୍ତ୍ର,
ଗୃହ,ରାସ୍ତା,ପୋଲ,ବନ୍ଧ ବାଡ଼ ଓ ଅନ୍ୟାନ୍ୟ ଜିନିଷ ତିଆରି କରେ। ଦେଶର ବିକାଶ ହୁଏ,ଲୋକେ ସୁଖରେ
ରୁହନ୍ତି। ହେଲେ ଜାଣିଛୁ ଶ୍ରମିକର ଜୀବନ ଦେହ,ମନ ସବୁ ଦରସିଝା,କଇଁଥା ଟାଆଁସିଆ ହୋଇ ଯାଏ।Others
Loading…