ହସି ଉଠିଲା ବିଜୁ। ଡରିଲୁକି ରାନୀ!!ଏ ପରା ଶ୍ରମିକର ହାତ। ଲୁହା ଠୁ ବି ଟାଣ। କଇଁଥା ଲାଗୁଛି ବୋଲି ମନ ଦୁଃଖ କରୁଛୁ!! ଆଲୋ ମୋ ଘରଣୀ !ସବୁ ମେହେନତି ମଣିଷଙ୍କ ହାତ ଏମିତି ସିଝା ସିଝା,କଇଁଥା ବାଇଗଣ ପରି। ନିଜ ଲହୁକୁ ପାଣି କରି ଝାଳ ବୁହାଇ ସେ ଦେଶପାଇଁ,ସବୁ ମଣିଷଙ୍କ ଅୟସ ପାଇଁ ଖାଦ୍ୟ,ବସ୍ତ୍ର, ଗୃହ,ରାସ୍ତା,ପୋଲ,ବନ୍ଧ ବାଡ଼ ଓ ଅନ୍ୟାନ୍ୟ ଜିନିଷ ତିଆରି କରେ। ଦେଶର ବିକାଶ ହୁଏ,ଲୋକେ ସୁଖରେ ରୁହନ୍ତି। ହେଲେ ଜାଣିଛୁ ଶ୍ରମିକର ଜୀବନ ଦେହ,ମନ ସବୁ ଦରସିଝା,କଇଁଥା ଟାଆଁସିଆ ହୋଇ ଯାଏ।
Loading comments…