ସେ ସ୍ଥାନୀୟ ଲୋକମାନଙ୍କଠାରୁ ବୁଝିଲି ଯେ , ସେ ମଦ୍ୟପମାନଙ୍କ ଘର ସେ ସ୍ଥାନରୁ ୧୦ କିଲୋମିଟର ଭିତରେ ଏବଂ ସେହିବାଟ ଦେଇ ଆମକୁ ଫେରିବାକୁ ହେବ l ପିଲାମାନେ ଏସବୁ କଥା କ୍ଲିନର ଠାରୁ ଶୁଣି ସେଇ ଜଙ୍ଗଲ ଭିତରୁ ଗଛର ମଜବୁତ୍ ଡାଳ ସବୁ ଭାଙ୍ଗି ବସ୍ ର ସିଟ୍ ତଳେ ଲୁଚାଇ ରଖୁଥାନ୍ତି l ତା' ମାନେ ପିଲାମାନେ ସେଇ ମଦୁଆ ଓ ତାଙ୍କ ଦ୍ୱାରା ଡକାହକା ହୋଇ ଆସିଥିବା ଗାଁଆଁ ବାଲାଙ୍କ ସହିତ ଯୁଦ୍ଧ କରିବାକୁ ମାନସିକ ସ୍ତରରେ ପୁରା ପ୍ରସ୍ତୁତ ହୋଇ ସାରିଥାନ୍ତି l ମିୁଁ କିନ୍ତୁ ପିଲାମାନଙ୍କୁ ଏମିତି ରିସ୍କ୍ ନେଇ ସେଇ ଗାଁଆଁରେ ଲଢେଇ କରିବାକୁ ଆଦୌ ଉଚିତ୍ ମନେ କରୁନଥିଲି l ସେଦିନ ସାଙ୍ଗରେ କେହି ଛାତ୍ରୀ ନଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଥାଏ l ଯଦି ସେଦିନ ମୋ ସାଙ୍ଗରେ କିଛି ଛାତ୍ରୀଥାନ୍ତେ , ମୁଁ କେବେହେଲେ ଆଗ ମଦ୍ୟପଟିକୁ ହାତ ଉଠାଇ ମାଡ ମାରିବାକୁ ସାହସ କରିପାରି ନଥାନ୍ତି l ସମସ୍ତେ ଛାତ୍ର ହୋଇଥିବାରୁ ମନ ଟାଣକରି ଯାହା ହେବ ଦେଖାଯିବ ବୋଲି ସ୍ଥିର କରି ନେଇଥିଲି l ତଥାପି ପିଲାମାନଙ୍କୁ ଧରି ସୁରୁଖୁରୁରେ କିପରି ଜଗତସିଂହପୁର ଫେରିବି ଏଥିପାଇଁ ମନରେ ଚିନ୍ତା ଘାରୁଥାଏ l ସବୁ ପିଲା ଖାଇସାରି ସଲିଡ୍ ମୋଟା ମୋଟା ବାଡି ଆଣି ବସ୍ ରେ ରଖୁଥାନ୍ତି l ତାଙ୍କ ଭିତରେ ଖୁବ୍ ଆତ୍ମବିଶ୍ୱାସ ଥାଏ ଯେ ଆମେ ତ କିଛି ଭୁଲ୍ କରିନୁ , ସେଇ ମଦୁଆ ମାନେ ବରଂ ଭୁଲ୍ କରିଛନ୍ତି, ତେଣୁ କାହାକୁ ଡରିବୁ କାହିଁକି ? ସେ ମଦୁଆଙ୍କ ପାଇଁ ଯିଏ ବି ସାମ୍ନାକୁ ଆସିବ ପିଟି ଦେଇଯିବୁ l ମୁଁ ଓ ଗୌରାଙ୍ଗ ସେ ଯାଇ ଖାଇ ନଥାଉ l ମୁଣ୍ତରେ ଚିନ୍ତା ଥାଏ କେମିତି ଭଲରେ ଭଲରେ ପିଲାଙ୍କୁ ଧରି ଫେରିବି l ହଠାତ୍ ମୁଣ୍ତରେ ଗୋଟେ ବୁଦ୍ଧି ଆସିଲା l ଯେହେତୁ ଆମେ ସରକାରଙ୍କ ନିୟମ ମୁତାବକ ଥାନା ପରମିଶନ୍ ନେଇ ଆସିଛୁ ତେଣୁ ଜଗତସିଂହପୁର ଥାନାକୁ କହିଲେ ସେମାନେ ନିଶ୍ଚୟ ଏଇ ଖଣ୍ତାଧାର ପାଖା ପାଖି ଥିବା ଥାନାକୁ ଖବର ଦେବେ l ପୋଲିସ୍ ଅସିଲେ ଏଇଠୁ ପିଲାଙ୍କୁ ନେଇ ବାହାରିବା ନିହାତି ଠିକ୍ ହେବ l ସେଇ ମୁତାବକ୍ ମୁଁ ମୋବାଇଲ୍ ରୁ ଜଗତସିଂହପୁର ଥନାକୁ ଫୋନ କରି ସାହାର୍ଯ୍ୟ ମାଗିଲି l ସେମାନେ କହିଲେ ଆମେ ସେଠିକା ଥାନା ଟେଲିଫୋନ ନମ୍ୱର ଯୋଗାଡକରି ଖବର ଦେଉଛୁ l କିନ୍ତୁ ପାଖା ପାଖି ୨୦ ମିନିଟ ବିତିଯିବା ପରେ ମଧ୍ୟ କୌଣସି ପୁଲିସ୍ ଙ୍କ ଦେଖା ନମିଳିବାରୁ ପୁଣି ବୁଦ୍ଧି ଖଟାଇ ଆମ କଲେଜ ପରିଚାଳନା ସମିତିର ସଭାପତି ତଥା ସେତେବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀଥିବା ବିଷ୍ଣୁ ଦାସଙ୍କୁ ମୋବାଇଲ୍ ରେ ଘଟିଥିବା ସମସ୍ତ କଥା କହି ସାହାର୍ଯ୍ୟ ମାଗିଲି l
Loading comments…