ମୋହନର ବାପା ଘରଭିତରେ ରହି ଏସବୁ ଶୁଣୁଥିଲେ । ସଙ୍ଗେ ସଙ୍ଗେ ମୋହନ ପାଖକୁ ଆସି ଏକ କର୍କଶ ସ୍ୱରରେ କହିଲେ - ନା ସେ ଲାଜ କରେନି । ସେ ତୋ ସାମ୍ନାରେ ଅଦୃଶ୍ୟ ରହିବାର କାରଣ ତାର ବୁରଖା ।ସେ ମୁସଲମାନ ଝିଅ । ସେଥିପାଇଁ ସେ ସବୁବେଳେ ବୁରଖା ପିନ୍ଧି ବୁଲେ । ସେଇଟା ସେମାନଙ୍କ ଧର୍ମ । ମୁସଲମାନ ଝିଅମାନେ ସାଧାରଣତଃ ନିଜ ମୁହଁ ଆଉ ଦେହକୁ ଢାଙ୍କିବା ପାଇଁ ବୁରଖା ପିନ୍ଧନ୍ତି । ଆଉ ତୁ ହିନ୍ଦୁ ବ୍ରାହ୍ମଣ । ସେଥିପାଇଁ ଜଣେ ମୁସଲମାନ ଝିଅକୁ ବିବାହ କରିବା ନିୟମ ବାହାରେ ।
Loading comments…