ବିଷ୍ଣୁଦୂତ ମାନଙ୍କର ଯୁକ୍ତି ଶୁଣି ଯମଦୂତମାନେ ଅଜାମିଳକୁ ବନ୍ଧନମୁକ୍ତ କରିଦେଇ ଫେରିଗଲେ । ଯମଦୂତମାନଙ୍କ ହାତରୁ ମୁକ୍ତି ପାଇ ଅଜାମିଳ ବିଷ୍ଣୁ ଦୂତମାନଙ୍କୁ କୃତଜ୍ଞତା ଜଣାଇଲେ । ବିଷ୍ଣଦୂତମାନେ ଚାଲିଯିବା ପରେ ଆରମ୍ଭ ହୁଏ ଅଜାମିଳର ନୂତନ ଆଧ୍ୟାତ୍ମିକ ଜୀବନ । ମନରେ ଜାତ ହୁଏ ଘୋର ଅନୁଶୋଚନା । ସେ ଭାବିବାକୁ ଲାଗିଲା ହାୟ, ମୁଁ ଏତେ ଦିନ କି ପାପ କାର୍ଯ୍ୟ ନ କରିଛି । ନିଜର ଧର୍ମପତ୍ନୀ ଓ ବୃଦ୍ଧ ପିତାମାତାଙ୍କୁ ଅସହାୟ କରିଦେଇ, ସାମାନ୍ଯ ଜଣେ ଦାସୀର ସଂସ୍ପର୍ଶରେ ଆସି ଵ୍ରାହ୍ମଣ କୁଳର ଘୋର ଅବମାନନା କରିଛି । ମୋର ଧର୍ମପତ୍ନୀକୁ ତାର ପ୍ରାପ୍ଯ ସମ୍ମାନ ନ ଦେଇ କେତେବଡ ଘୃଣ୍ଯ କାର୍ଯ୍ୟ ନ କରିଛି ?
Loading comments…