Loading…
ଶ୍ରାବଣୀର ହାତ ଧରି ଶ୍ରୀକାନ୍ତ ନେଇଗଲା ଦୂର ପର୍ବତ ମାଳାର ପାଦଦେଶକୁ । ଯେଉଁଠି କୂଳୁ କୂଳୁ ନାଦରେ ବାେହି ଯାଉଥାଏ ଅମାନିଆ ଝରଣାଟିଏ । ମନାେରମ ପରିବେଶ ମନରେ ସୃଷ୍ଟି କରୁଥିଲା ନୂଆ ଉନ୍ମାଦନା । ଶ୍ରୀକାନ୍ତ ଶାଳପତ୍ରରେ ଏକ ମୁକୁଟ ତିଆରି କଲା । ଗଂଗଶିଉଳି ଫୁଲରେ ତିଆରିଲା ସୁନ୍ଦର ଏକ ମାଳା । ରଜନିଗନ୍ଧା ଫୁଲରେ ତିଆରିଲା ପାଉଁଜି । ଶ୍ରଦ୍ଧାରେ ସବୁ ତାକୁ ପିନ୍ଧାଇ ଦେଲା ।
Comments
Loading comments…