ଜ୍ୟୋତ୍ସ୍ନା ସବୁ ସହି ଯାଉଥିଲା ହସି ହସି , ଜ୍ଞାନର ବିରକ୍ତ ଭାବ ଆଉ ଜନତାଙ୍କ ଅପନିନ୍ଦା ତା ପାଇଁ ଦେହ ସୁହା ହୋଇ ଯାଇଥିଲା । ଅହ ରହ ଖଟୁ ଥିଲା ସେ , କେବେ ଜ୍ଞାନକୁ ଖୁସି କରିବାକୁ ପ୍ରଚେଷ୍ଟା ତ କେବେ ପରିବାରକୁ ଯୋଡ଼ି ରଖିବାର ପ୍ରୟାସ ସେଥିରେ ପୁଣି ଦଳ ମିଟିଂ ଆଉ ଜନତାଙ୍କ ପାଇଁ ସେବା ମୂଳକ ପଦକ୍ଷେପ ମାନ ଆଉ ସେଥିରେ ଆସୁଥିବା ପ୍ରତିରୋଧକୁ ମୁକାବିଲା କରିବାର ପ୍ରୟାସ । ଗାଁ ଠାରୁ ସହର ଯାଏ ସବୁ ଠାରେ ଜ୍ୟୋତ୍ସ୍ନାର ଖ୍ୟାତି ବଢ଼ିବାରେ ଲାଗିଥିଲା , କିନ୍ତୁ ଜ୍ଞାନ ଭିତରେ ତା ପାଇଁ ଘୃଣା ଆଉ ବିଦ୍ୱେଷ ବଢିବାରେ ଲାଗିଥିଲା । ଜ୍ଞାନ ମନ ସବୁ ବେଳେ ଜ୍ୟୋତ୍ସ୍ନାର ସୁରକ୍ଷା ପାଇଁ ବ୍ୟସ୍ତ ବିବ୍ରତ ହଉଥିଲା ଆଉ ସେ ତାକୁ ରାଜନୀତି ଠାରୁ ଦୁରେଇ ରଖିବାକୁ ବୋହୁତ୍ ଚେଷ୍ଟା କରୁଥିଲା । ତାର ବହୁତ୍ ପ୍ରତିବାଦ ସତ୍ତ୍ଵେ ବି ଜ୍ୟୋତ୍ସ୍ନା ତା ଘରର ନେତା ହବା ପରମ୍ପରାକୁ ବଜାଇ ରଖିଥିଲା , ଆଉ ସବୁ ଅସୁବିଧାକୁ ପଛରେ ପକେଇ ଆଗକୁ ବଢ଼ି ଚାଲିଥିଲା । ଜ୍ୟୋତ୍ସ୍ନାର ଅହ ରହ ଖଟଣି ଆଉ ତା ଭିତରେ ବଢ଼ୁଥିବା ଟିୟୁମର୍ ଟା ଯ ତା ଜୀବନ ନେଇଯିବ କେହି କେବେ ଭାବି ନଥିଲେ ।
Comments
Loading comments…