ସେଦିନ ସେଇ ଅସଜଡା କୋଠରୀ ଠିକ୍ ସେମିତି ଅସଜଡା ହେଇ ପଡିରହିଲା ଆଉ ଏକ ଅସଜଡା ସମ୍ପର୍କ ନେଇ ଜ୍ୟୋତ୍ସ୍ନା ଚାଲିଯାଇଥିଲା ଏକ ମୁହାଁ ହୋଇ । ତାପରଠୁ ସେ କେବେ ପଛକୁ ଫେରି ଚାହିଁନି । ୟା ଭିତରେ କେତେ ଯେ ଲୁହର ଶ୍ରାବଣ , କେତେ ରଙ୍ଗ ହୀନ ଫଗୁଣ , କେତେ ବିଦୀର୍ଣ୍ଣ ବସନ୍ତ ଚାଲି ଗଲାଣି ଜ୍ୟୋତ୍ସ୍ନାର ସ୍ମୃତି ମଲାଟ ଠିକ୍ ରେ ହିସାବ୍ ରଖିନି ।ସେଦିନ ହଠାତ୍ ଏମରଜେନ୍ସି କେସ୍ ଟିଏ ପାଇଁ ସମସ୍ତ ଡାକ୍ତରଙ୍କୁ ଅପରେସନ ଥିଏଟରକୁ ଡାକରା ଆସିଲା ।
Loading comments…