ଶୁନଶାନ ଶ୍ମଶାନ ଭିତରଦେଇ ସ୍ତ୍ରୀଲୋକଟିଏ ଆସୁଥିଲା ଏକାଏକା I ଆଶ୍ଚର୍ଯ୍ୟ ହେଲି ମୁଁ ନିଛାଟିଆ ଖରାବେଳେ ଏକାଏକା ଆସୁଥିବାର ଦେଖି I କାରଣ ନିଛାଟିଆ ବେଳେ ଏଠାରେ ଲୁଟପାଟ ହେବାର ନଜିର୍ ରହିଛି I ଏଇ ତ ଅଳ୍ପଦିନ ତଳେ ଦୁର୍ଘଟଣାଟିଏ ଘଟିଥିଲା ଏଇ ବାଟରେ I ପଚାରିଲି – ମାଆ ! ଏ ନିଛାଟିଆ ରାସ୍ତାରେ ତୁ ଏକା ଯେ ? ତୋତେ କ’ଣ ଭୟ ଲାଗୁନାହିଁ ? ସ୍ତ୍ରୀଲୋକଟି ଅଳ୍ପ ହସିଦେଲା I କହିଲା – କାହିଁକି , ମୋ ସାଙ୍ଗରେ ମୋ ପୁଅ ଅଛି ପରା ?
Loading comments…