ଏତେ ବେଳେ ମାଳିନୀ ମୋତେ ଦେଖିପାରିଲା।ଲାଜ ଆଉ ଦୁଃଖରେ ତର ତର ହାତ ଦିଟା ତାର ଧୀର ହୋଇଗଲା। ଆଖିରେ ଲୁହ ଟଳମଳ। କେଇଁ ଟୋପା ଲୁହ ତା ସଜଡ଼ା ଦୀପ ଉପରେ ବି ଖସି ପଡ଼ିଲା। ସେ ଭାରି କଣ୍ଠରେ କହିଲା "ଏତକ ଦୁଃଖ ମୋତେ ତୁମ କିଶନ୍ ଦେଇ ଯାଇଛି ଦିଦି"। ମୋ ହାତରେ ଦୀପଟିଏ ଓ ଭୋଗ ଦେଇ କହିଲା କିଶନ୍ ନାଁ ରେ ଭୋଗ କରିଦେବାକୁ ନନାଙ୍କୁ କୁହନ୍ତୁ ଦିଦି।
Loading comments…