ଲାଲିର ଆଖିରେ ଆଖି ମିଶାଇବାକୁ ଆଉ ଦୁଇ ଭାଇଙ୍କର ସାହସ ନଥିଲା । କେମିତି ନଜର ମିଶାନ୍ତେ ! ତାଙ୍କ ପାଇଁତ ବାପାଙ୍କ ଜୀବନରୁ ବଳି ଥିଲା ବାପାଙ୍କର ଧନ ସମ୍ପତ୍ତି । ସେହି ଧନ ସମ୍ପତ୍ତିପାଇଁ ଦୁଇ ଭାଇଙ୍କ ମଧ୍ୟରେ ମନାନ୍ତର ମତାନ୍ତର ସବୁକିଛି । କେଜାଣି କେତେ ବର୍ଷ ବିତିଯାଇଥିବ ଦୁଇ ଭାଇ ସ୍ନେହରେ ବାପାଙ୍କୁ ବାପା ବୋଲି ଥରଟିଏ ସମ୍ବୋଧନ କରିଥିବାର । ନା ଲାଲି ଜାଣିଥିଲା ନା ତା ବାପା ଭାବିଥିଲେ ଯେ ତାଙ୍କ ବାର୍ଦ୍ଧକ୍ୟର ଆଶାବାଡିକୁ ଲାଳସାର ଘୁଣ ଭିତରୁ ଭିତରୁ ପୋଲାକରିସାରିଲାଣି ବୋଲି !
Loading comments…