Loading…
ଆସିଥିଲା ବର୍ଷେ ପରେ ନାନୀ ସହ ଗାଁକୁ । ଛୁଟି ନେଇ । ମାଁକୁ ଧରି କାନ୍ଦିଲା ବହେ । ମା' ବି । ଦେହମୁଣ୍ଡ ଆଉଁସି ମାଁ କହିଲା - ଭଲ ଦୁ'ଛୁ । ହସିଦେଲା ସେ, କହିଲା - ଆଉ ଯିବିନି । - କାଇଁ ? - ତୋ ସାଙ୍ଗେ ରହିବି ! - ଏଠେଁ କି ସୁଖ ପାଇବୁ ଲୋ ? - ପାଇବି, ବହୁତ ପାଇବି । ମାଁ ଏଥର କଅଣ ବୁଝିଲା କେଜାଣି, ଚାହିଁଲା ଖାଲି ପାଦରୁ ମୁଣ୍ଡ ଯାଏଁ । ପଚାରିଲା - ତୋ କୁନିପୁଅ ? - ମନେପଡ଼ିବ ଭାଆରି... ଭେଁ କିନା କାନ୍ଦିପକାଇଲା ଆଉଥରେ ସେ । ଟୋକେଇଟେ ହାତକୁ ବଢ଼େଇଦେଇ ମାଁ କହିଲା - - ତୁନି ହ' ! ଚାଲ୍ ମହୁଲ କୁଢ଼େଇ ...!!!!
Comments
Loading comments…