ବା ଗେଲ ବସରର କିନ୍ତୁ ଖରାପ ପିଲା ନୁହନ୍ତି। ସାନ ଭଉଣୀଟି ବାହା ହେବାକୁ ବି ଅଛି।ରାସ୍ତା କଡ଼ିଆ ପାଞ୍ଚ ଗୁଣ୍ଠ ଜମି ବିକି ଭଉଣୀକୁ ବାହା ଦେଲେ।ନିଜେ ବାହା ହେଲେ ବି।ମା ଏଇ କଥା ନିଇତି ଲାଭି,ବାବୁ ଓ ଲାଭି ବୋଉ ନିମିକୁ ଶୁଣାନ୍ତି।ମୁଁ ଏତେ କଥା କିଛି ନ ବୁଝିଲେ ବି ଏତିକି ବୁଝେ ମୋ ମା ମୋ ବା କୁ ଭାଆରି ଭଲପାଏ।କାନ୍ଦି ପକେଇ କୁହେ କେତେ ଗେହ୍ଲା କରିଥିଲି କି ଖରା ତରା, ବର୍ଷାରେ ମାଟି ସଙ୍ଗେ ମାଟି ହେଉଛି ତା ପୁଅ।ବିଲରୁ ଆସୁ ଆସୁ ମା ମୁହଁ ଦେହ ପୋଛି ଦେବ।ଆରେ ବିନୁ ଆସିଲାଣି ତାକୁ ଖାଇବାକୁ ଦିଅ ହାଲ୍ଲା ପକେଇବ।
Loading comments…