ଏବେ ଘନଶ୍ୟାମ ବାବୁଙ୍କ ଚିନ୍ତା ବଢ଼ିବାରେ ଲାଗିଛି ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ପାଇଁ । ଗୋଟେ ଗୋଟେ ଟେଷ୍ଟରେ ମାଟି ଗୋଡ଼ି ପରି ପଇସା ଖର୍ଚ ଚାଲିଛି । ଧୀରେ ଧୀରେ ସମ୍ବଳ ଶେଷ ହବାକୁ ବସିଲାଣି । ଘନଶ୍ୟାମ ବାବୁଙ୍କ ସମସ୍ତ ଜମା ପୁଞ୍ଜି ସ୍ତ୍ରୀଙ୍କ ଦେହ ଠିକ୍ କରିବାରେ ଖର୍ଚ୍ଚ ହୋଇଚାଲିଛି । ଆଜି ତାଙ୍କର ମନେ ପଡୁଛି ତାଙ୍କ ପ୍ରିୟ ବଡ ଭାଇର ତାଗିଦ୍ ସବୁ ଯାହାକୁ ସେ ଖାତିର୍ ତିଳେ ହେଲେ କରନ୍ତି ନାହିଁ ।
Loading comments…