
ହେଲେ ଏବେ କାନ୍ଦିବା ପୂର୍ବରୁ ମୁଁ ରୋଷେଇ ଘରକୁ ଯାଇ ପିଆଜ କାଟେ, ଆଉ ସେଇ ବାହାନାରେ କାନ୍ଦେ ମନଭରି । ସେତେବେଳେ ଇଏ କିଛି ପ୍ରଶ୍ନ ପଚାରନ୍ତିନି, ଆଉ ପଚାରିଲେ କହିଦିଏ, "ତୁମକୁ କ'ଣ ଦେଖାଯାଉନି କି ? ମୁଁ ପରା ପିଆଜ କାଟୁଚି ରୋଷେଇ କରିବାକୁ । ହେଲେ ଏ ପିଆଜଗୁଡ଼ା ଏତେ ରାଗ ଯେ, ମୋ ଆଖି ପୋଡ଼ୁଚି ବହୁତ ଜୋରରେ, ଆଉ ଲୁହ ବାହାରି ଆସୁଛି ।'' ଇଏ ଭାବନ୍ତି ଯାହାହେଉ ମୋ ସ୍ତ୍ରୀ ରୋଷେଇ କରୁଛି, ହେଲେ ମୁଁ ଜାଣିଚି ଯେ ଏ ପିଆଜ ଦେଇ ମୋ ଲୁହଗୁଡ଼ା ବାହାରିଯାଏ ଅନ୍ତତଃ ।
Loading comments…