Loading…
ଶେଷରେ ଯାହା ଦେଖିଲି ମୋ ଆଖିକୁ ବିଶ୍ୱାସ ହେଉନଥିଲା । ସେଇ କୁନି ଝିଅଟି ଜଣେ ଆଠ କି ନଅ ବର୍ଷର ପୁଅ ହାତରେ ରାକ୍ଷୀ ବାନ୍ଧୁଛି । ପୁଅଟି ରାଜରାସ୍ତାରେ ରକ୍ତ ଜୁଡୁବୁଡ଼ୁ ହେଇ ଶେଷ ନିଶ୍ୱାସ ତ୍ୟାଗ କରିବା ଉପରେ । ପାଖରେ ଲମ୍ବ ହେଇ ପଡିଛି ଆଉ ଦୁଇଟି ରକ୍ତ ଜୁଡୁବୁଡ଼ୁ ମୃତ ଦେହ । ଚାରିପାଖରେ ଲୋକରଣ୍ୟ । ମୁଁ ଲୋକମାନଙ୍କୁ ଆଡେଇ ସେଇ କୁନି ଝିଅ ପାଖକୁ ଗଲି । ସେତେବେଳକୁ ତାର ଭାଇ ଶେଷ ନିଶ୍ୱାସ ତ୍ୟାଗ କରିସାରିଥିଲା । କୁନି ଝିଅଟି ତା ଭାଇର ରାକ୍ଷୀ ବନ୍ଧା ହାତକୁ ଧରି ଭୋ ଭୋ ହେଇ କାନ୍ଦୁଥାଏ ।
Comments
Loading comments…