120Log inSign up
ରିଙ୍କୁ
Story · Abstract

ରିଙ୍କୁ

by Lopamudra Mishra ✓ · 13 Aug 2019

705Reads
49Likes
14Min read

ଅନେକ ଦିନ ତଳେ, ମାନେ ଆଠବର୍ଷ ଖଣ୍ଡ ତଳେ ଯାହା ଶୁଣିଥିଲି, ବନ୍ଦନା ମାନେ ରିଙ୍କୁର ମମି ଆଉଥରେ ବାହାହେଇଗଲା l ସେ କାଳେ କାହାକୁ ଭଲ ପାଇଥିଲା, ସେଥିପାଇଁ ସ୍ୱାମୀକୁ ଛାଡ଼ି ପଳେଇ ଆସି ବାପଘରେ ରହୁଥିଲା l ଅନେକ ସମୟରେ ସେ ରିଙ୍କୁକୁ ମୋ ଭାଉଜଙ୍କ ଜିମା ଦେଇ କୁଆଡେ ପଳାଏ l ଭାଉଜ ତ ପିଲା ରଙ୍କୁଣି l ରିଙ୍କୁକୁ ପ୍ରାୟ ସମୟରେ ଆଣି ପାଖରେ ଶୋଇପକାନ୍ତି l ବନ୍ଦନା ଦିନେ ଗଲା ଯେ ଆଉ ଆସିଲାନାହିଁ l ରିଙ୍କୁକୁ ଦେଖିବାକୁ ବି ଆସିଲାନାହିଁ l ରିଙ୍କୁ ତା ଅଜା ଆଈଙ୍କ ପାଖରେ ଥିଲା l ରିଙ୍କୁର ବାପ ବି ତାକୁ ନେବାକୁ ଆସିଲାନି l ସେ ବି ବାହାହେଇଯାଇଥିବ ଆଉଥରେ l ଶୁଣିଥିଲି ରିଙ୍କୁ ପାଠ ପଢା ଛାଡ଼ି ସାଇକେଲ୍ ରେ ବୁଲି ବୁଲି ଖବରକାଗଜ ପକାଉଥିଲା, ଜଳଖିଆ ଦୋକାନରେ ବି କିଛି କାମ କରୁଥିଲା l

Loading comments…