StoryMirror - Read, Write, Share & Repeat#sHUNYATA....afeelingoflonliness...howitbuildsupselforientationoflife.
15 storys
- SHUNYATABinay Das · 1 min read · 7.1K readsଶୂନ୍ୟତା
ବିନୟ୍ ମୋହନ ଦାସ
୩୦.୦୬.୨୦୧୫
ଶୂନ୍ୟତା ମୋହର ଅତି ପରିଚିତ
ଯା’ ସଙ୍ଗେ ମୁଁ କଥା ହୁଏ,
ଲୁଚିଥିବା ଯେତେ ଭାବପ୍ରବଣତା
ତାହା ଆଗେ ଗପି ଦିଏ
ମୁରୁକି ହସେ ସେ’ ଗପ ଶୁଣୁ ଶୁଣୁ
ତଥାପି ସେ’ ଶୁଣୁ ଥାଏ,
ବିରୋଧ କରିନି, ଦୂରେଇ ଯାଇନି
ମୋତେ ବୋଧେ ଭଲ ପାଏ
ଯେତେ ଥିଲେ ସାଙ୍ଗ ଦୂରେଇ ଗଲେଣି
ଦୂର ହୋଇନି ଶୂନ୍ୟତା,
ଯେବେ ବି ଡାକିଛି, ସହସା ଆସିଛି
ମୋ’ ସଙ୍ଗେ ହୋଇଛି କଥା
ବୋଧଜ୍ଞାନ ମୋର ଲୋପ ହୋଇଲେ ବି
ବିରକ୍ତ ହୋଇନି କେବେ,
ପ୍ରୋତ୍ସାହନ ଦିଏ, ବୁଝାଇ ବି କହେ
“ନିଜତ୍ବ ହରାନି କେବେ” !
ଶୁଣିବାକୁ ସିଏ ସର୍ବଦା ପ୍ରସ୍ତୁତ
କହିବାକୁ ଯେବେ ଚାହେଁ,
ଅଦ୍ଭୁତ ତାହାର ଧୀ-ଧୈର୍ଯ୍ୟ ଶକ୍ତି
ବାସ୍ତବରେ ମୋତେ ଭାଏ
ଯଦି ଝୁଣ୍ଟିପଡ଼େ ମୋତେ ଧରି ନେଇ
କୁହଇ ମୋ’ କାନ ପାଖେ,
ଏପରି ଅଧୈର୍ଯ୍ୟ ହୁଅନି ହେ’ ବନ୍ଧୁ
ରହି ଯିବ ସଦା ଦୁଃଖେ
ସମୟର ତାଳେ ସବୁ ବଦଳୁଛି
ତୁମେ କି ନୂଆ ବ୍ୟକ୍ତିତ୍ବ,
ତୁମ ପାଇଁ କିଛି ନୂଆ ଘଟୁନାହିଁ
ହରାଅ କାହିଁ ଅସ୍ଥିତ୍ବ ??Others
- ପ୍ରଥମ ପ୍ରେମSumanta Nayak · 4 min read · 7.4K readsସତେ ଯେ ପରି ସେ ଝିଅଟି ଥିଲା ଇଶ୍ଵରଙ୍କର ସୁନ୍ଦର ସୃଷ୍ଟି ର ଏକ ସୁନ୍ଦର ପ୍ରତିଛବି, କଥାକୁହା ଆଖି ...Inspirational
- ଅନ୍ତର୍ଦାହSuniti Devi · 20 min read · 21.5K reads"...ତମେ ଯେତେଵେଳେ ସମ୍ପୂର୍ଣ ଘନେଇ ଯିବ ମୋ ଭିତରେ ମୋର ମୃତ୍ୟୁ ହେଉ । ଆଉ, ଆରଜନ୍ମରେ ତମ ସହିତ ମୋର ଦେଖା
ନହେଉ ।"Tragedy
- ଆଜିର ଅନୁଚିନ୍ତାPrasant Kumar Senapati · 2 min read · 7.3K reads
ମିତ୍ର ସମ୍ବେଦନଶୀଳତା ବିନା ମନୁଷ୍ୟ ଅଧୂରା ଅଧୂରା ଲାଗେ । ମୋର ଇଶ୍ବରଙ୍କ ନିକଟରେ ପ୍ରାଥନା ସମସ୍ତଙ୍କ ମନରେ ସମ୍ବେଦନଶୀଳତା ଭରି ଦିଅନ୍ତୁ । ଜଣେ ଅନ୍ୟଜଣକ ପାଇଁ ବ୍ୟସ୍ତ ଅନୁଭବ କରୁ । ଜଣେ ଅନ୍ୟଜଣକ ଦୁଃଖରେ ଦୁଃଖୀ ହେଉ । କୌଣସି ସଂକଟ ସମୟରେ କେହି ନିଜକୁ ଏକା ଅନୁଭବ ନକରୁ । ଏପରି ଅନୁଭବ କରୁ ଯେମିତି ସାରା ସଂସାର ତାର ଦୁଃଖରେ ଦୁଃଖୀ ଅଛନ୍ତି ଓ ତାର ସଂକଟ ଘଡିରେ ପଛେ ପଛେ ସାଥ୍ ଦେଉଛନ୍ତି ।Others
- ଆସନ୍ତା ସୂର୍ଯ୍ୟSunanda Mohanty · 2 min read · 303 readsଟୁକୁଡ଼ା ଟୁକୁଡ଼ା ଭଙ୍ଗା ରଙ୍ଗର କାଚ ଗୁଡ଼ିକ ସଜାଡ଼ି ରଖୁଥିଲା ବେଳେ, ପିଲାଏ ଆସି କାନ୍ଦି କାନ୍ଦି ଭୁଲ୍ ମାଗିଥିଲେ ତ ସେମାନଙ୍କୁ କୋଳେଇ ନେଇ, ସେଇ ଭଙ୍ଗା ରଙ୍ଗୀନ କାଚ ଭିତରେ ଉଜ୍ଜ୍ବଳ ଭବିଷ୍ୟର ସୂର୍ଯ୍ୟାଲୋକର କୋମଳ ସ୍ପର୍ଶ ଅନୁଭବ କରୁଥିAction
- ହତାଶିଆ ବଇଁଶୀLalita Mohan Mishra · 3 min read · 207 readsଆଜି ଠାରୁ ଆଉ ସେ ହତାଶିଆ ବଇଁଶୀ ବା ହାରୁ ସରପଞ୍ଚର ସ୍ବର ଶୁଭିବ ନାହିଁ । ଅଭିନୟର ଯାଦୁରେ ଆଉ ଅନ୍ୟମାନInspirational
Loading…