ମୁଁ ଆଶ୍ଚର୍ଯ୍ୟ ହେଲି ନାହିଁ । କାରଣ ଆସିଲା ବେଳେ ଦେଖିଲି ଆମ ଗାଁ ଛକଟି ଗୋଟିଏ ଛୋଟକାଟିଆ ବଜାର ପରି ଲାଗୁଛି । ଆମ ବେଳେ ଯେଉଁଠି ଗୋଟିଏ ଚାଳ ଛପର ବନାନାଙ୍କ ଚା ଦୋକାନଟିଏ ଥିଲା ଆଜି ସେଠି ଔଷଧ ଦୋକାନ ଠାରୁ ଆରମ୍ଭ କରି ଟିଭି,ବାଇକ ,ମୋବାଇଲ ଅତ୍ୟାଧୁନିକ ଷ୍ଟାଇଲର ଦୋକାନ ହୋଇଛି । କମ୍ପ୍ୟୁଟର ଶିକ୍ଷା ଦିଅ ଯାଉଛି । ଏଟିମ ଟିଏ ବି ଅଛି । ସେଠି ଖାନା ଖଜାନା ଦୋକାନ କି ପିଜା ମିଳିବା କିଛି ବିଚିତ୍ର ନୁହେଁ । ଆଉ ବବୋଉ ଆମ୍ବ ଗଛରେ ସାଇକେଲ ଟ୍ୟୁବ ବାନ୍ଧି ବାଉଁଶ ଦୋଳି ଲାଗିଛି ତ । ମୁଁ ଯାଉଛି ଟିକେ ଫିଙ୍ଗା ମାରି ଖେଳିବି । ଅନେକ ଦିନ ହେବ ବାଉଁଶ ଦୋଳି ଖେଳିନି । ବବୋଉ ପୁଣି ମନ ଦୁଃଖ କରି କହିଲେ ଆଲୋ ମା ତୁ କେଉଁ ଯୁଗରେ ଅଛୁ କି ବିନି?ବାତ୍ୟା କଣ କିଛି ଗଛ ରଖିଛି । ତିନ୍ତୁଳି ଗଛ ଟା ଅଛି ଯେ ସେଠି ଦୋଳି ଖେଳିବି କିଏ ? ବୁଢ଼ାଠୁ ପିଲା ଯାଏ ପରା ଅହରହ କଣ ଫୋନ୍ ଧରି ଖେଞ୍ଚାଖେଂଚି କରୁଛନ୍ତି । କିଛି ଗୋଟେ କିଣିବାକୁ ଚାହିଁଲେ ସେଇ ଫୋନ୍ ରେ କିଣୁଛନ୍ତି । ଆଛା ମା କହିଲୁ ଏଡ଼େ ବଡ଼ ବଡ଼ ଜିନିଷ ପୋଷାକ ବହି ଯାହା ଚାହିଁବ ତାହା ଏଇ ବକଟେ ନାକୁ ଫୋନ୍ ଭିତରେ କେମିତି ଆଉଚି ? ହଁ ତୁମ ବେଳ ମଂଜୁଆତି ପତ୍ର ବାଟି ଆଉ କଣ ହାତ ପଚଉଛି କିଏ । କି ସୁନ୍ଦର ପୁଡ଼ିଆ ଭିତରେ ଅଛି ମେହେନ୍ଦି ବୋଲି କଣ ରସ ସେଇଆକୁ କିଣି ବା ଲଗାଉଛନ୍ତି । ବୁଝିଲୁ ବିନି ଆଗେ ଯିଏ କିଣି ଖାଉଥିଲେ ତାଙ୍କୁ ଗରିବ ଗୁରିବା କହୁଥିଲେ । ଏବେ ଯିଏ କିଣି ଖାଉଛନ୍ତି ସେମାନେ ବା ବଡ଼ ଲୋକ ! ପଇସା ଵାଲା ! ମନେ ଅଛି ରଜ ହେଁସ କେମିତି ପଡୁଥିଲା ! ପାଲି, ଚାସ୍,କଉଡ଼ି ଖେଳରେ ଦିନ ନଉଁଥିଲା । ବିଲୁଆ ଡାକିଲେ ରଜରେ ଆଉ ଖିଆ ହେଉନଥିଲା । ମନେ ଅଛି ନା ବିନି ତୋର ବାଇଗଣ, ବଡ଼ି,ଆଳୁ ସୋରିଷ ପକା ରାଇ କଥା!!ଏବେ ଏସବୁ କିଛି ନାଇଁ ଲୋ ମା । ପ୍ରଥା ପରମ୍ପରା ଦିନକୁ ଦିନ ସବୁ ବୁଡ଼ିଲାଣି ।
Loading comments…