ସମସ୍ତେ ଦିନେ ମୋ ସାଥିରେ ଏଇ ଶୂନ୍ୟତାର ସଂସାରକୁ ଆସିବେ । ଏଇ ଶୂନ୍ୟତାର ସଂସାର ପରମ ଆନନ୍ଦରେ ପରିପୂର୍ଣ୍ଣ । ନା’ ଏଠି କଷ୍ଟ ଅଛି, ନା’ ଲୁହ’ ନା’ ହସର ଜୁଆର ଅଛି । ଆସକ୍ତିର ବହୁ ଦୂରରେ ନିରାସକ୍ତର ଏଇ ଦୁନିଆ, ନା ଏଠି ସମ୍ପର୍କ ଥାଏ, ନା କେହି ବନ୍ଧୁ ନା କେହି ଶତ୍ରୁ, ନା କିଛି ମାୟାର ବନ୍ଧନ ଥାଏ । ନିର୍ମାୟା, ନିର୍ଲିପ୍ତ, ଅନାଶକ୍ତର ଏଇ ମୋର ସଂସାର । ଲୋଭ ନାହିଁ, ହିଂସା ନାହିଁ, ପ୍ରେମ ନାହିଁ କିମ୍ବା ବିରହ ଜନ୍ତ୍ରଣା ବି ନାହିଁ । ଏଇଠି କାହାର ଶରୀର ନାହିଁ, ରୂପ ନାହିଁ, ଯୌବନ ନାହିଁ, ବୟସର କିଛି ଫରକ ନାହିଁ, କାମ କାମନାର ଜ୍ୱଳନ, କ୍ଷୁଧା, ତୃଷା ଲୋଭ ଅଂହକାର କିଛିବି ନାହିଁ ।
Loading comments…