କିଛିସମୟ ର ନୀରବତା କୁ ଭଙ୍ଗକରି ରାଜ୍ କହିଲେ " ଜାଣ ଏ ସାଙ୍ଗଟା ମୋର ମଣିଷ ନୁହେଁ ଦେବତାଟିଏ । କହୁଥିଲା ଜଣକୁ ଭାରି ଭଲପାଏ ତା ଜୀବନଠୁ ବଳି । କିନ୍ତୁ ଆଜି ତା ପ୍ରେମିକା ଆଖିରେ ସିଏ ଜଣେ ପ୍ରତାରକ । ତା ପ୍ରେମିକା ଜାଣେନାହିଁ ତାର ପ୍ରତାରଣା ର କାରଣ କି ଇଏବି ଜଣାଇବାକୁ କେବେ ଚେଷ୍ଟା କରିନି ତାକୁ । କେମିତି କହିବ ତାକୁ ସେ କରିଥିବା ତ୍ୟାଗ ବିଷୟରେ ।
Loading comments…