ନୂଆବୋହୂ କିଏ ସରସୀର କୂଳେ ଭିଜା ଭିଜା ତନୁ ସରମ ଆକୁଳେ ବୁକୁକୁ ନିଜର ଘୋଡେ଼ଇ ଦୁକୂଳେ ମଥାରେ ଓଢଣୀ ଢାଙ୍କିଲା , କୁମ୍ଭେ ନୀର ଆଣି ନିଜ ମଥାପରେ ସଜାଇ ରଖନ୍ତେ ମୁଚୁଳା ଖାପରେ ପାଦକୁ ବଢାଇ ମନରେ ତାପରେ ସପନର ଛବି ଆଙ୍କିଲା । ପ୍ରବାସେ ଯାଇଛି ଗେରସ୍ତ ଯାହାର ଫେରିବା ବାଟକୁ ଚାହିଁ ତା' ନାହାର ନକହି କାହାକୁ ବେଦନା ତାହାର ଫିଟିଲା କୁନ୍ତଳ ବାନ୍ଧିଲା , ଏକାକିନୀ ରହି ପ୍ରତିଟି ନିଶାରେ ବିଷାଦ ଭରଇ ନିତି ଅଭିସାରେ ବୁଦ୍ଧି ନ ଦିଶଇ କେବଣ ଦିଶାରେ ସମ୍ଭାଳି ନପାରି କାନ୍ଦିଲା ।
Loading comments…