ଓଢ଼ଣୀ ସେ-ପ୍ରଜାପତି ଡେଣା, ଅଥଚ-ଅବଗୁଣ୍ଠନ ତଳେ ସପନର କ୍ଷେତେ ବାଲି ଚରେ, ଉଷୁମ-ନିଶ୍ୱାସ ଖର ବହେ, ଷ୍ଫୀତ-ବକ୍ଷେ ରମଣୀ କାଂଚନ ଅପେକ୍ଷିତା ସଂଭୋଗ ଲାଳସେ, ସାଜି ଅର୍ଘ୍ୟ ଥାଳି, ଆତ୍ମ-ସମର୍ପଣ ହୃଦେ ସ୍ମରି, ଟୋପା ଟୋପା ଲୁହେ- ବିଳଂବିତ ରାତିର ପହରେ ସିକ୍ତ କରି ମଧୁ-ଶେଜ, ଶେଜୁ ଷ୍ଫୁରେ ମଉଳା ଫୁଲର ସୂବାସ,
Loading comments…