StoryMirror - Read, Write, Share & Repeat- ତମ ଆମ କପାଳSachidananda Kar · 2 min read · 233 readsତମ ଆମ କପାଳAbstract
- ଅବାଂଛିତMitali Madhusmita · 5 min read · 212 readsଅବାଂଛିତTragedy

ଗରିବAkshay Ojha · 2 min read · 14.7K reads
ଅଳ୍ପ ଅଳ୍ପ ଗଳ୍ପ ଗରିବ --------- ବୁଢା ଟା ବିଡି ପିଉଥିଲା । ବୁଢ଼ୀ ଟି ପାଟି ବୁଲାଉ ଥିଲା,କଣ ଖାଉ ଥିଲା ସିଏ ଜାଣେ । ଦଳେ ଛୁଆ ନିଆଁ କୁ ବେଢ଼ି ହେଇ ସେକି ହେଉଥିଲେ । ଧୂଆଁ ଧୂଆଁ ହେଇ ପଡ଼ିଥିଲା ମଣିଷ ବସ୍ତି ଟା ।କିଏ କାହାକୁ କଣ କହୁଥିଲା,କିଏ କାହାଠୁ କଣ ଶୁଣୁଥିଲା ।କିଏ ବେଳୁନ ଫୁଲାଇ ରେଡ଼ light ରେ ବିକି ବାକୁ ତିଆରି କରୁଥିଲା । କିଏ ଖେଳନା ବିକି ବାକୁ ତିଆରି ହେଉ ଥିଲା । କିଏ ବିକଳାଙ୍ଗ ଙ୍କ ଠେଲା ଗାଡି ରେ ବସି ବାହାରି ଥିଲା red light ରେ ପେଟ ଭୋକ ସମ୍ଭାଳିବା ପାଇଁ । ପ୍ରାୟ 50-60 ଜଣ ଲୋକଙ୍କର ଏ ଗୋଷ୍ଠୀ 4-7 divider ରେ କେଉଁ କାଳରୁ ପଡି ରହିଥିବାର ଦେଖିବାକୁ ମିଳେ । ମୁଁ jay cinema ର red light ଯେବେ ରୁକେ ଥରେ ଜରୁର ନଜର ପକାଏ ଏ ମଣିଷ ସମୂହ କୁ । ଏମାନେ 45 ଡ଼ିଗ୍ରୀ temperature ର ଗରମ ହଵା ରେ ,ଘୋର ବର୍ଷା ରେ ପଲିଥିନ ତଳେ ଓ 5 ଡେଗ୍ରୀ temperature ର ଘନ କୁହୁଡ଼ି ପରଦା ତଳେ ଛିଣ୍ଡା କପଡା,ଅଖା ଘୋଡେଇ ପଡି ରହି ଥିବାର ଦେଖେ,ଜୋର ଜୋର ଚିଲେଇ କଥା ହେଉ ଥିବାର ଦେଖେ । ମେଳା ହୋଇ ଜଳେଇ ପୋଡି ଖାଉ ଥିବାର ଦେଖେ । ଛୁଆ ମାନେ ଖେଳୁ ଥିବାର ଦେଖେ । ଚଳଚଂଚଳ ଦୁନିଆ ରୁ ବେଶ ଦୂର,କୌଣସି ଫରକ ପଡନା ସେମାନଙ୍କୁ । କିଏ ପୁରୁଣା କପଡା ବାଣ୍ଟି ବାକୁ ଆସେ । କିଏ କାଲିର ବଳକା ବାସି ଖାଦ୍ୟ । ଧର୍ମ କମେଇବା ସ୍ୱାର୍ଥ ରେ ବାଣ୍ଟି ଦେଇଯାଏ । ବାଣ୍ଟି ବା ବାଲା କୁ ଘେରି ଯାନ୍ତି କୁକୁର ମାଙ୍କଡ ପରି । ବାବୁ ମତେ ଦେ । ବାବୁ ମତେ------- ମୁଁ ଶୁଣି ଆସୁଛି ,ସରକାର ଙ୍କ ତରଫରୁ ଲକ୍ଷ୍ୟ ଧିକ ଟଙ୍କା ଗରିବଙ୍କ ସହାୟତା ପାଇଁ ସଂସ୍ଥା ମାଧ୍ୟମ ରେ bank deposit ର ଖେଳ ଚାଲିଛି ।face book,whats app ,news paper ଗରିବଙ୍କ ଫୋଟୋ,ଗରିବଙ୍କ ସହାୟତା ର ବିଜ୍ଞାପନ ଲାଗିଛି କିନ୍ତୁ ଏ ଗରିବଙ୍କୁ କେହି କେବେ ସହାୟତା କରିବାର ଦେଖିନାହିଁ । ଗରିବଙ୍କ ଉଦ୍ଧାର ଲାଗି ଆମଦେଶ ରେ ପକ୍କା କାଗଜ ରେ ମାନ୍ୟତାପ୍ରାପ୍ତ ସଂସ୍ଥା ହେଉଛି।କିଛି ଚତୁର ମଣିଷ ଲୁଟିବାର ସୁଯୋଗ ଖୋଜନ୍ତି। ଗରିବ ଭୋକରେ ମରନ୍ତି ।
ଅକ୍ଷୟ ଓଝା Akshayika, The Smart Educare Convent School,Gurgaon.9911898050
Inspirational- ନିଦParamita Mishra · 2 min read · 2K readsଯେତେ ନିଦ ଆସୁ କି ଦୁନିଆ ଓଲଟି ଯାଉ ପଢ କି ନପଢ ରାତି ଆଠଟା ଯାଏଁ ବହି ଧରି ସେଇଠି ବସି ବାକୁ ବାଧ୍ୟ। କିନ୍ତୁ ନିଦ ତ ବାପା ଙ୍କ ନିୟମ ବୁଝେନାChildren
- ରଫ ଖାତାSandhyarani dash · 2 min read · 497 readsଯୌଥ ପରିବାରରେ ରହି ଗୁରୁଜନଙ୍କ ଆଦେଶ ଓ ନିର୍ଦ୍ଦେଶ ମାନି ପିଲା ମାନଙ୍କର ଦାୟିତ୍ୱ ଘରର ଦାୟିତ୍ୱ ତୁଲାଇଥିଲେ ବାପା ମା। ସେତେବେଳେ ବିଶେଷ କରି ମା ନିଜକୁ ସମର୍ପଣ କରିଥାଏ ରଫ ଖାତା ପରି।Inspirational
- ରଫ୍ ଖାତାBismita Sahoo · 3 min read · 578 readsଭାଇ ତ ରହିଲା ସୁଦୂର ମୁମ୍ବାଇରେ। ଦିନେ ବି ଜମିକଥା ବୁଝେନି। ବଳଦ ଦିଟା ସହ ନିଜେ ବି ବଳଦ ସାଜି ମାଟି ସାଙ୍ଗେ ମାଟି ହେଇ ସେ ଜମିରେ କାମ କରେ। ସୁନା ଫଳାଏ। ସେ ଖାଇଲା କି ନଖାଇଲା ମା କେବେ ବୁଝେନି।Tragedy
Loading…