ପ୍ରଫୁଲ୍ଲ ଚାହିଁଥିଲେ ବହୁ ଆଗରୁ ନିଜ ଦୂରଦିନର ଅବ୍ୟକ୍ତ କାହାଣୀ କହି ନିଜର ଅତି ଆପଣାର ଭାଇକୁ ତା ତ୍ୟାଗ ର ପ୍ରତିଦାନ ସ୍ୱରୂପ ଅଳ୍ପ କିଛି ଅର୍ଥ ମାଗିପାରିଥାନ୍ତା l ସାହାଯ୍ୟ, ସହାନୁଭୂତି ପାଇବା ପାଇଁ ମଦନ ଆଡକୁ ନିଜ ଦୁଇହାତ ହାତ ପ୍ରସାରିତ କରିପାରିଥାନ୍ତା ଓ ଶେଷ ସମୟରେ ନିଜ ଦୁସ୍ଥ ପରିବାର ପାଇଁ ଅଳ୍ପ କିଛି ଧନ ପାଇବାର ଆଶା ପୋଷଣ କରିପାରିଥାନ୍ତା ଯେଉଁ ଧନ ଆଉ କିଛି ଦିନ ତା ଭୋକିଲା ପେଟକୁ ପଖାଳ କଂସା ଯୋଗେଇ ଦେବାରେ ହୁଏତ ସହାୟ ହେଇଥାନ୍ତା l କିନ୍ତୁ ସେ ଧନ ମାଗିନି କେବେ, ମାଗିଛି କେବଳ ତା ଭାଇର ଦର୍ଶନ l
Loading comments…