ଆଜିବି ରଘୁଆ ଘର ଛପର ଉଡି ଯାଉଥିବା ଚାଉଳକୁ ଚାହେଁ ଆଉ ଆଖି ଭିଜେଇ ଭାବୁଥାଏ । ତା ଝିଅଟାକୁ କେହି ନେଇ ଯାଆନ୍ତା କି, ସେ ରାଜିରୁଜାରେ କାହା ସହ ପଳେଇ ଯାଆନ୍ତା କି କୁଆଡେ । କିଛି ଏମିତି ଚମତ୍କାର ହୁଅନ୍ତାନି ରାତି ପାହିଲା ବେଳକୁ, ଭାରିଜା ବେମାର ଠିକ୍ ହୋଇ ଯାଆନ୍ତା । ଝିଅ ତା ଗେରସ୍ତ ସହ ଆସି ମୁଣ୍ଡ ତଳକୁ କରି ଛିଡା ହୋଇ କୁହନ୍ତାନି -- " ବାପା ମୋତେ କ୍ଷମା କରିଦିଅ, ମୋର ଭୁଲ୍ ହୋଇ ଯାଇଛି ।"
Loading comments…