ଆଜି ସଂକ୍ରାନ୍ତି ଆର ସନ ରଜକୁ ଆମ୍ବ ଗଛର ଆମ୍ବ ବେପାରୀ ସବୁ ନେଇ ନେଇ ଥକିଲେ।ବାଡିରୁ ସପୁରୀ ପଣସ ବନ୍ଧୁ ପଣିଆରେ ଗଲା। ଆଉ ଆଗକୁ ଭାବି ପାରିଲାନି ଲୁହ ଦି ଥୋପା ଗଡି ଆସିଲା, କାନି ରେ ଆଖି ପୋଛୁଛି ଦେଖିଲାତା ଝିଅ ଓଲ୍ହାଉଛି ନାତି ନାତୁଣୀ କୁ ନେଇ, ମା ଦୁଃଖ ସହିନପାରି ପୋଡ଼ପିଠା କାକରା ମଣ୍ଡା ସପୁରୀ ପଣସ ଆମ୍ବ ସବୁ ସଜାଡି ଗାଁ କୁ ଆସି ପହଁଚିଲା। କହିଲା ମା ସବୁ ଥର ରଜ ଭାର ତୁ ପଠେଇ ଥାଉ ଏ ବର୍ଷ ମୋ ହାତରୁ ପିଠା ଖଣ୍ଡେ ଖାଇ ଦେଖ।ହାତ ଠାରି ଡାକିଲା ମାଣିଆ ବୋଉ ଆଉ ସୁକୁଟା ବା କୁ । ମାଣିଆ ବୋଉ ଆଖିରେ ଲୁହ, ନେତି ଆଇକୁ ଅନେଇ କହୁଛି ;କଣ ଆଉ ଭାବୁଛୁ ସବୁ ଦିନ ସମାନ ନୁହେଁ ଲୋ ବତାସ କିଛି ନେଇଯାଏ ପୁଣି କିଛି ଦେଇଯାଏ ।
Loading comments…